ETV Bharat / state

ଯାଜପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ - ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ

ଯାଜପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ୟାସନଗର ନଟପଦା ସ୍ଥିତ ଘରୋଇ ସ୍କୁଲରେ ଆୟୋଜିତ 'ମେରା ମାଟି ମେରା ଦେଶ' କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

union minister dharmendra pradhan visits jajpur
ଯାଜପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
author img

By ETV Bharat Odisha Team

Published : Aug 30, 2023, 7:02 PM IST

ଯାଜପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର: ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପରିପ୍ରେକ୍ଷୀରେ ଡୁବୁରୀ ଠାରେ ଆୟୋଜିତ ସୁରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେଇ ବିଶାଳ ମହିଳା ସମାବେଶକୁ ଉଦବୋଧନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଆୟୋଜିତ ଉତ୍ସବରେ ଉଦବୋଧନ ଦେଇ ଦେଶକୁ ଏକ ପ୍ରଗତୀଶୀଳ ରାଷ୍ଟ୍ରରେ ପରିଣତ କରିବାକୁ ସାମୂହିକ ଶପଥ କରାଇଥିଲେ ।

ମନ୍ତ୍ରୀ ପ୍ରଥମେ ବ୍ୟାସନଗର ନଟପଦା ସ୍ଥିତ ଘରୋଇ ସ୍କୁଲରେ ଆୟୋଜିତ 'ମେରା ମାଟି ମେରା ଦେଶ' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍କୁଲ ପରିସରରେ ଅମୃତ ବାଟିକାରେ ଗଛ ଲଗାଇ ଦେଶପ୍ରେମର ବାର୍ତ୍ତା ଦେଇଥିଲେ । କୁନିକୁନି ଛାତ୍ରଛାତ୍ରୀମାନେ ଜାତୀୟ ପତାକା ପ୍ରଦର୍ଶନ କରି କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ । ଦେଶର 6 ଲକ୍ଷ ଗ୍ରାମରୁ ମାଟି ସଂଗ୍ରହ କରି ଭାରତର ରାଜଧାନୀ ଦିଲ୍ଲୀକୁ ପଠାଉଥିବାରୁ ଏହାକୁ ନେଇ ଗର୍ବିତ ମନେ କରିଥିଲେ । ସେ ନିଜ ବକ୍ତବ୍ଯରେ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କୁ ସର୍ବଦା ସମ୍ମାନ ପ୍ରଦାନ ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍କୁଲର କୁନିକୁନି ଛାତ୍ରୀଗଣ ମନ୍ତ୍ରୀଙ୍କୁ ରାଖି ବାନ୍ଧି ବନ୍ଦାପନା କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ କଳିଙ୍ଗନଗର ଅନ୍ତର୍ଗତ ଡୁବୁରି କପିଳେଶ୍ୱର ପଡିଆରେ ଆୟୋଜିତ ସୁରକ୍ଷା ବନ୍ଧନ ଉତ୍ସବରେ ଯୋଗ ଦେଇଥିଲେ । ଏଠାରେ ଆୟୋଜିତ ବିଶାଳ ଜନସମାବେଶରେ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନାର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ଗୁରୁତ୍ବାରୋପ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ମହିଳାଙ୍କ ସଶକ୍ତିକରଣ ହେଲେ ସମାଜର ସଶକ୍ତିକରଣ ହେବ: ଧର୍ମେନ୍ଦ୍ର ପ୍ରଧାନ

ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି,"ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ଓ ଉଜ୍ଜଲା ଯୋଜନାର ହିତାଧିକାରୀଙ୍କୁ ୪୦୦ ଟଙ୍କା କମ କରିଥିବା କହିଥିଲେ । ଯାହାକି ସାରା ଦେଶର ଗୃହିଣୀଙ୍କୁ ଆଶ୍ୱସ୍ତ କରିଛି । ରକ୍ଷା ବନ୍ଧନ ଅବସରରେ ମାଆ, ଭଉଣୀଙ୍କ ପାଇଁ ମୋଦି ସରକାରଙ୍କ ଏକ ବଡ଼ ଉପହାର ।" ଏଥିସହ ମହିଳାମାନେ କିଭଳି ବିଭିନ୍ନ ଉଦ୍ୟୋଗ ଗଢ଼ି ପାରିବେ ସେଥିପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.