ଯାଜପୁର: ରଥଟଣା ବେଳେ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମୃତ ଓ 7 ଆହତ । ଯାଜପୁର କାଳିଆପାଣି ଥାନା ଟାଟା ମାଇନସ୍ କଲୋନୀ ପରିସରରେ ଅଘଟଣ ।
ରଥଯାତ୍ରା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଲା ରଥ । ଏହା ସହ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । 7 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମୃତକ ମାନେ ସୁଚିତ୍ରା ଲେଙ୍କା ଓ ଭରତ ରାୟ ବୋଲି ଜଣାପଡିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ