ETV Bharat / state

ଯୋଡ଼ା ମାଇନ୍ସରେ ଟ୍ରକ ମାଲିକଙ୍କ ରାସ୍ତାରୋକ - ଟ୍ରକ ମାଲିକଙ୍କ ରାସ୍ତାରୋକ

ରାଜ୍ୟ ଟ୍ରକ ମାଲିକଙ୍କ ଆହ୍ୱାନ କ୍ରମେ ଯୋଡା ମାଇନ୍ସରେ ପରିବହନ କ୍ଷେତ୍ରରେ ଅଧିକ ଭଡା ପ୍ରଦାନ ଏବଂ ଗାଡିର ସୁରକ୍ଷା ଦାବିରେ ପାଣିକୋଇଲି ଏବଂ କୁଆଖିଆ ଟ୍ରକ ମାଲିକ ସଙ୍ଘର ରାସ୍ତାରୋକ । ଅଧିକ ପଢନ୍ତୁ...

ଯୋଡ଼ା ମାଇନ୍ସରେ ଟ୍ରକ ମାଲିକଙ୍କ ରାସ୍ତାରୋକ
ଯୋଡ଼ା ମାଇନ୍ସରେ ଟ୍ରକ ମାଲିକଙ୍କ ରାସ୍ତାରୋକ
author img

By

Published : Jul 8, 2021, 3:16 PM IST

ଯାଜପୁର: ଜିଲ୍ଲା ସ୍ଥିତ ପାଣିକୋଇଲି ଥାନା ଚାନ୍ଦପୁରରେ ରାସ୍ତାରୋକ । ରାଜ୍ୟ ଟ୍ରକ ମାଲିକଙ୍କ ଆହ୍ୱାନ କ୍ରମେ ଯୋଡା ମାଇନ୍ସରେ ପରିବହନ କ୍ଷେତ୍ରରେ ଅଧିକ ଭଡା ପ୍ରଦାନ ଏବଂ ଗାଡିର ସୁରକ୍ଷା ଦାବିରେ ପାଣିକୋଇଲି ଏବଂ କୁଆଖିଆ ଟ୍ରକ ମାଲିକ ସଙ୍ଘ ଏହି ରାସ୍ତାରୋକ କରିଛି ।

ଯୋଡ଼ା ମାଇନ୍ସରେ ଟ୍ରକ ମାଲିକଙ୍କ ରାସ୍ତାରୋକ

ଟ୍ରକ ମାଲିକଙ୍କ ଦାବି ଅନୁଯାୟୀ ରାଜ୍ୟରେ ଅହେତୁକ ତେଲଦର ବୃଦ୍ଧି ହେଉ ଥିବାବେଳେ ଯୋଡା ମାଇନ୍ସରେ ଟ୍ରକ ପରିବହନ ହେଉଥିବା ଗାଡିର ରେଟ ବୃଦ୍ଧି ନ କରି ଟ୍ରାନ୍ସଫର୍ମର ମନଇଚ୍ଛା ରେଟ ଧାର୍ଯ୍ୟ କରୁଛନ୍ତି । ଏହାଛଡା ସେଠାକୁ ଯାଉଥିବା ବାହାର ଗାଡି ମାଲ ପରିବହନ ସମୟରେ ଲାଇନରେ ଠିଆ ହୋଇଥିବା ଟ୍ରକକୁ ସ୍ଥାନୀୟ ଲୋକେ ଜୋର ଜବରଦସ୍ତ କରି ମାଲ ପରିବହନରେ ଅସୁବିଧାରେ ପକାଉଛନ୍ତି । ତେବେ ଏହି ସମସ୍ୟାର ସମାଧାନ ଦାବିରେ ଆଜି(ଗୁରୁବାର) ରାଜ୍ୟ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ରାସ୍ତା ରୋକ ପ୍ରତିବାଦକୁ ସମର୍ଥନ ଜଣାଇ ପାଣିକୋଇଲି ଥାନା ଚାନ୍ଦପୁର ନିକଟରେ କୁଆଖିଆ ଓ ପାଣିକୋଇଲି ମାଲିକ ଟ୍ରକ ସଙ୍ଘ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ତେବେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.