ଯାଜପୁର: ଦୁର୍ଘଟଣାରେ ଚାପି ହୋଇ ରହିଥିବା ବ୍ୟକ୍ତିକୁ 2 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ବଡଚଣା ଥାନା ନିକଟରେ ଆଜି ସକାଳ ସମୟରେ ଘଟିଥିଲା ଏହି ଦୁର୍ଘଟଣା ।
ଏକ ଆଇଚର ଟ୍ରକର ପଛପଟୁ ଅନ୍ୟଏକ ଟ୍ରକ ଧକ୍କା ଦେବା ଫଳରେ ଗାଡିର ଚାଳକ ଚାପିହୋଇ ରହିଯାଇଥିଲେ । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ କର୍ମଚାରୀ ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ । ଦୀର୍ଘ ୨ ଘଣ୍ଟ୍ଟାର ପରିଶ୍ରମ କରି କଟର ସାହାଯ୍ୟରେ ଚାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।
ଆହତ ଡ୍ରାଇଭରଙ୍କ ନାମ ରଂଜନ କୁମାର ଦାସ । ତାଙ୍କ ଘର କଟକ ହାଉସିଂ ବୋର୍ଡ ଅଞ୍ଚଳରେ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ତାଙ୍କ ଦୁଇ ଗୋଡ ଓ ହାତ ସମ୍ପୁର୍ଣ ଭାଙ୍ଗିଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ