ଯାଜପୁର: ମାଙ୍କଡା ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଖଲାସିର ମୃତ୍ୟୁ । ରାତି ଅଧିଆ ଚୋରା ମାଙ୍କଡା ପଥର ଚାଲାଣ ହେଉଥିବା ବେଳେ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଖଲାସିର ମୃତ୍ୟୁ ହୋଇଛି ।
ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରକ ଟି ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧିନସ୍ଥ ବନ୍ଦାଳ-ଏଣ୍ଡରପଦା ରାସ୍ତା ଗଜିଖାଲ ନିକଟରେ ଦୁର୍ଘଟଣା ହୋଇଛି । ଗାଡି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଗାଡି ର ଡାଲା ଖଲାସି ଉପରେ ରହିଯାଇଥିବାରୁ ଟ୍ରକ ତଳେ ଚାପି ହୋଇ ଖଲାସି ମୃତ୍ୟୁବରଣ କରିଛି । ଏହାକୁ ନେଇ ବରୀ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ