ଯାଜପୁର: ଦେଶବାସୀଙ୍କ ସୁରକ୍ଷା ପାଇଁ ସବୁବେଳେ କାର୍ଯ୍ୟରତ ପୋଲିସ । ନିଜ ଜୀବନକୁ ବାଜି ଲଗାଇ ଦେଶର ସୁରକ୍ଷା ପାଇଁ ନିଜର ସବୁ କିଛି ବଳି ଦିଅନ୍ତି ଆମ ଦେଶର ପୋଲିସ ଓ ସେନା ବାହୀନ । ତାଙ୍କ ବଳିଦାନ ପାଇଁ ସେ ସବୁବେଳେ ଅମର ହୋଇ ରହିବେ । ବୁଧବାର ଯାଜପୁର ଜିଲ୍ଲା ପାଣିକୋଇଲି ରିଜର୍ଭ ପୋଲିସ ପଡିଆରେ 61ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଛି ।
ଶହୀଦ ପୋଲିସଙ୍କ ବଳିଦାନ ଓ ତ୍ୟାଗକୁ ମନେ ପକାଇଛନ୍ତି ସାରା ଦେଶବାସୀ । ରାଜ୍ୟର ବିଭିନ୍ନ ଶହୀଦ ପୀଠରେ ସହୀଦଙ୍କ ନାମ ପାଠ କରାଯାଇଛି । ଯାଜପୁରରେ ରିଜର୍ଭ ପୋଲିସ ପଡିଆରେ ସହୀଦଙ୍କୁ ଶ୍ରଦ୍ଧାଞ୍ଚଳି ଦିଆ ଯାଇଛି । ଏହି ଦିବସରେ ସ୍ବତନ୍ତ୍ର ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ୍, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଏସପି, ଡିଏସପି, ଏସଡିପିଓ ଓ ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ସାମିଲ ହୋଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୋଲିସର ତ୍ୟାଗ ପାଇଁ ସମସ୍ତେ ଶାନ୍ତିରେ ନିଶ୍ବାସ ନେଉଛନ୍ତି ଏବଂ ସେଥିପାଇଁ ସେହି ସହୀଦ ପରିବାରକୁ ସମ୍ମାନ ମିଳିବା ଆବଶ୍ୟକ ବୋଲି ଏସପି ଶ୍ରୀ ମୀନା ମତ ଦେଇଥିଲେ । ଏହି ଅବସରରେ ସମ୍ମିଳିତ ପ୍ୟାରେଡରେ ଏସପି ଶ୍ରୀ ମୀନା କହିବା ସହ ସହୀଦ ସୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲାର ସମସ୍ତ ସହୀଦ ମାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ