ETV Bharat / state

୨୦୨୦ରୁ ସାଉଦି ଆରବରେ ଫସିଥିଲେ ୩ ଶ୍ରମିକ, ଉଦ୍ଧାର କଲା ଯାଜପୁର ପ୍ରଶାସନ

author img

By

Published : Feb 11, 2022, 8:55 PM IST

ଯାଜପୁର ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ଉଦ୍ୟମ । ଗତ ୨୦୨୦ ମସିହାରୁ ସାଉଦି ଆରବରେ ଫସିଥିବା ୩ ଯୁବ ଶ୍ରମିକ ଉଦ୍ଧାର । ଅଧିକ ପଢନ୍ତୁ

୨୦୨୦ରୁ ସାଉଦି ଆରବରେ ଫସିଥିଲେ ୩ ଯୁବ ଶ୍ରମିକ, ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ଯାଜପୁର: ସୁଦୂର ସାଉଦି ଆରବରୁ ଉଦ୍ଧାର ହେଲେ ୩ ଯୁବ ଶ୍ରମିକ । ଯାଜପୁର ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ପରେ ଉକ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେପଟେ ଆଉ ୨ ଜଣ ଶ୍ରମିକ ସାଉଦି ଆରବରେ ଫସି ରହିଛନ୍ତି । ଗତ ୨୦୨୦ ମସିହାରେ କାମ ପାଇଁ ଏହି ଶ୍ରମିକମାନେ ବିଦେଶ ଯାଇଥିବାବେଳେ ଆଉ ଫେରି ପାରିନଥିଲେ ।

ଗତ ୨୦୨୦ ମସିହାରେ ମହାମାରୀ ଆସିବା ପୂର୍ବରୁ ଜିଲ୍ଲାର ପ୍ରାୟ ୫ ଜଣ ଯୁବ ଶ୍ରମିକ ବୃତ୍ତି ଆଶାରେ ସାଉଦି ଆରବ ଗସ୍ତ କରିଥିଲେ । ସେଠାରେ ସେମାନେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ମହାମାରୀ ଆସିବା ପରେ ସେମାନେ ଆଉ ଭାରତ ଫେରି ପାରିନଥିଲେ । ସେଠାରେ ତାଙ୍କୁ ମାଲିକ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି । ଏହାସହ କମ୍ପାନୀ ମାଲିକ ତାଙ୍କୁ ମିଥ୍ୟା ଚୋରି ମାମଲାରେ ମଧ୍ୟ ଫସାଇ ଦେଇଥିଲା ।

ତେବେ କୌଣସି ମତେ ଏହି ଶ୍ରମିକମାନେ ଘର ସହ ଯୋଗାଯୋଗ କରିଥିଲେ । ଏହାପରେ ପରିବାର ବର୍ଗ ଜିଲ୍ଲା ପ୍ରଶାସନ ନିକଟକୁ ଖବର ପହଞ୍ଚାଇଥିଲେ । ଜିଲ୍ଲା ପ୍ରଶାସନ ଭାରତ ସରକାରଙ୍କୁ ଏକ ଚିଠି ମାଧ୍ୟମରେ ଉକ୍ତ ଯୁବକଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲା । ଏହାପରେ ଭାରତ ସରକାର ୩ ଜଣଙ୍କୁ ଉଦ୍ଧାର କରିଛନ୍ତି । ସେପଟେ ଆଉ ୨ ଜଣ ମିଥ୍ୟା ଚୋରି ମାମଲାରେ ଫସି ଥିବାରୁ ସେଠାରୁ ମୁକୁଳି ପାରିନଥିବା ଜଣାପଡ଼ିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.