ETV Bharat / state

ପୌର ଫାଇଟ୍ ପାଇଁ ମୈଦାନ ପ୍ରସ୍ତୁତ: ଗୋଟି ଚାଳନାରେ ବ୍ୟସ୍ତ ୩ ପ୍ରମୁଖ ଦଳ

author img

By

Published : Mar 12, 2022, 7:55 PM IST

ଯାଜପୁରର ବ୍ୟାସନଗର ପୌରପରିଷଦରେ 26 ଗୋଟି ୱାର୍ଡ ପାଇଁ ହେବ ନିର୍ବାଚନ । ଏଥିପାଇଁ ଦଳୀୟ ଓ ନିର୍ଦ୍ଦଳୀୟ କାଉନସିଲର ପ୍ରାର୍ଥୀ ଭାବେ ମୋଟ୍ 97 ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ଯାଜପୁରରେ ପୌର ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ: ଗୋଟି ଚାଳନାରେ ବ୍ୟସ୍ତ ୩ ପ୍ରମୁଖ ଦଳ

ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ଆସିଛି ପୌର ନିର୍ବାଚନ ପାଳି । ଯାଜପୁରର ବ୍ୟାସନଗର ପୌରପରିଷଦରେ 26 ଗୋଟି ୱାର୍ଡ ପାଇଁ ହେବ ନିର୍ବାଚନ । ଏଥିପାଇଁ ଦଳୀୟ ଓ ନିର୍ଦ୍ଦଳୀୟ କାଉନସିଲର ପ୍ରାର୍ଥୀ ଭାବେ ମୋଟ୍ 97 ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିରେ ମୋଟ୍ 35 ହଜାର 348 ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ । ସେହିପରି ଅଧ୍ୟକ୍ଷା ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ବିଜେପି, ବିଜେଡି ଓ କଂଗ୍ରେସରୁ 3ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧ୍ୟକ୍ଷ ପଦରେ ସାଧାରଣ ଭୋଟର ମାନେ ସିଧାସଳଖ ଭୋଟ୍ ଦେଇ ନିର୍ବାଚିତ କରିବେ । ଫଳରେ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ତିନୋଟି ଯାକ ଦଳ ମଧ୍ୟରେ ଲାଗିରହିଛି ଛକାପଞ୍ଝା ।

ପ୍ରାର୍ଥୀଚୟନ ଠାରୁ ଆରମ୍ଭ କରି ନାମାଙ୍କନ ପତ୍ର ଦାଖଲ ପର୍ଯ୍ୟନ୍ତ ଦଳୀୟ ନେତା ମାନେ ନିଜର ଗୋଟିଚାଳନା କରୁଛନ୍ତି । ଏବେ ନିଜ ଦଳର ପ୍ରାର୍ଥୀମାନଙ୍କୁ ଜିତାଇବା ନେତାଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହୋଇଛି । ଚଳିତ ଥର ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ସଙ୍ଗିତା ପିଙ୍ଗୁଆ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ସୁମିତ୍ରା ଜାମୁଦା ଓ କଂଗ୍ରେସରୁ ମଞ୍ଜୁଲକ୍ସନ ବାନାରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ହେବା ପରଠୁ ତିନୋଟି ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଠାରୁ ଆରମ୍ଭ କରି ବିରଷ୍ଠ ନେତା ଓ କର୍ମକର୍ତ୍ତା ମାନେ ଏଥିପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ସେପଟେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଆସନ୍ତା 14 ତାରିଖ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ପୌର ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଚଳିତ ପୌର ନିର୍ବାଚନରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ନେତାଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଛିଡା ହୋଇଛି । ତେବେ କେଉଁଦଳ ଆଗୁଆ ହେଉଛି ଏବଂ କ’ଣ ହେଉଛି ଫଳାଫଳ ତାହା ନିର୍ବାଚନର ଫଳାଫଳରୁ ହିଁ ସ୍ପଷ୍ଟ ହେବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.