ETV Bharat / state

ଯାଜପୁରରେ ହଜାରେ ଟପିଲା ସଂକ୍ରମଣ ରିପୋର୍ଟ, କଡାକଡି କଟକଣା - ସଂକ୍ରମଣ ରିପୋର୍ଟ

ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 1023ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସୁସ୍ଥ 839ଜଣ ହୋଇ ଫେରିଥିବା ଜଣାପଡିଛି । ଜିଲ୍ଲାରେ ଇତିମଧ୍ୟରେ 2ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅବଶିଷ୍ଟ 182 ସକ୍ରିୟ ରିପୋର୍ଟ ରହିଛି ।

ଯାଜପୁରରେ ହଜାରେ ଟପିଲା ସଂକ୍ରମଣ ରିପୋର୍ଟ, କଡାକଡି କଟକଣା

author img

By

Published : Jul 21, 2020, 5:23 PM IST

ଯାଜପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଟପିଲାଣି । ସୋମବାର 28ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ 20ଜଣ ମଧ୍ୟ ସୁସ୍ଥ ହୋଇଥିଲେ । ଅନ୍ୟପଟେ ମଙ୍ଗଳବାର ମଧ୍ୟ 2ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 1023ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସୁସ୍ଥ 839ଜଣ ହୋଇ ଫେରିଥିବା ଜଣାପଡିଛି । ଏହାସହ ଜିଲ୍ଲାରେ କୋରୋନା କାରଣରୁ 2ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅବଶିଷ୍ଟ 182 ସକ୍ରିୟ ରିପୋର୍ଟ ରହିଛି ।

ଯାଜପୁରରେ ହଜାରେ ଟପିଲା ସଂକ୍ରମଣ ରିପୋର୍ଟ, କଡାକଡି କଟକଣା

ଯାଜପୁରରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ପ୍ରକ୍ରିୟା ସହ ଚେକିଂ, ବ୍ଲକିଂ ଜାରି ରହିଛି । ଏଥିରେ ଜିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି । ସେପଟେ ଯାଜପୁର ଜିଲ୍ଲାରେ ଗତ 17ତାରିଖ ରାତିରୁ ଜାରି ରହିଛି ଲକଡାଉନ କଟକଣା । ଏହି ଅବଧି ମଧ୍ୟରେ ସକାଳ 6ଟା ରୁ ଦିନ ଗୋଟାଏ ପର୍ଯ୍ୟନ୍ତ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ଏହି ବ୍ୟତିତ ଅନ୍ୟ ସମସ୍ତ ଦୋକାନ ଓ ବ୍ୟବସାୟ ସଂସ୍ଥା ବନ୍ଦ ରଖିବାକୁ କୁହାଯାଇଛି ।

କୌଣସି ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ନିୟମ କଡାକଡି କରାଯିବା ସହ ଅମାନିଆକୁ ସାବାଡ୍ କରିବା ପାଇଁ ଉଭୟ ଦିନରେ ଓ ରାତିରେ ବିଭିନ୍ନ ସ୍ଥାନରେ ଏନଫୋର୍ସମେଣ୍ଟ ବଳବତ୍ତର ରହିଛି । ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.