ETV Bharat / state

ବନ୍ୟାଞ୍ଚଳ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦାବି କଲା ନବନିର୍ମାଣ କୃଷକ ସଂଘ - ବନ୍ୟାଞ୍ଚଳ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷେତିପୂରଣ ଦାବି

ବନ୍ୟାଞ୍ଚଳ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ନଦେଲେ ରାସ୍ତାକୁ ଓହ୍ଲାଇବ ନବନିର୍ମାଣ କୃଷକ ସଂଗଠନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବନ୍ୟାଞ୍ଚଳ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷେତିପୂରଣ ଦାବି

author img

By

Published : Sep 4, 2020, 5:15 PM IST

ଯାଜପୁର: ଚଳିତ ବର୍ଷ ମହାବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀକୂଳ । ଧାନ ଚାଷ ଓ ପନିପରିବା ଚାଷ କରି ଚାଷୀ ସର୍ବସ୍ବାନ୍ତ ହୋଇଛି । ବନ୍ୟା ସେମାନଙ୍କର ବର୍ଷକର ରୋଜଗାର ଛଡାଇ ନେଇଥିବାରୁ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିବାକୁ ଦାବି କରିଛି ନବନିର୍ମାଣ କୃଷକ ସଂଗଠନ । ଯାଜପୁରରେ ସଂଗଠନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାତା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଧାନ ଚାଷୀଙ୍କୁ ଏକର ପ୍ରତି ୧୫ ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ ପାଇଁ ଦାବି କରିଥିଲେ ।

ବନ୍ୟାଞ୍ଚଳ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷେତିପୂରଣ ଦାବି

ଏଥିସହିତ ଭାଗଚାଷୀଙ୍କୁ ଏକର ପ୍ରତି ୭ ହଜାର ୫୦୦ ଟଙ୍କା ପ୍ରଦାନ କରିବା, ଚାଷୀଙ୍କ ଋଣ ଛାଡ, ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଥାୟୀ ପ୍ରତିକାର କରିବା ଏବଂ ଜଳ ସେଚନ ଆଦି ବ୍ୟବସ୍ଥା କରିବାକୁ ସେ ଦାବି କରିଥିଲେ । ଏହି ସବୁ ଦାବି ପୁରଣ ନହେଲେ ସଂଗଠନ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି । ଶୁକ୍ରବାର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ସଂଯୋଜକ ଦୂର୍ଗା ପ୍ରସାଦ ଦାସ ଏବଂ ନିମାଁଇ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.