ETV Bharat / state

ନିଆଁ ଲାଗି ସର୍ବଶାନ୍ତ ହେଲେ ପରିବାର, ସହାୟତା ପାଇଁ ନିବେଦନ - completely destroyed in the blaze

ଯାଜପୁର ଜିଲ୍ଲା ଦାନଗଦୀ ଆରଆଇ କାର୍ଯ୍ୟାଳୟ ଅନ୍ତର୍ଗତ ସିଙ୍ଗାଗଡିଆ ଗାଁର ନମିତା ମଣ୍ଡଳଙ୍କ ଘରେ ଅଗ୍ନିକାଣ୍ଡ ଘଟି ସମ୍ପୁର୍ଣ୍ଣ ଘର ।

ଘରେ ଅଗ୍ନିକାଣ୍ଡ ଘଟି ସମ୍ପୁର୍ଣ୍ଣ ଘର
ଘରେ ଅଗ୍ନିକାଣ୍ଡ ଘଟି ସମ୍ପୁର୍ଣ୍ଣ ଘର
author img

By

Published : Jan 10, 2021, 2:11 PM IST

ଯାଜପୁର: ଅଗ୍ନିକାଣ୍ଡ ଘଟି ଜଳିଗଲା ସମ୍ପୂର୍ଣ୍ଣ ଘର । ଯାଜପୁର ଜିଲ୍ଲା ଦାନଗଦୀ ଆରଆଇ କାର୍ଯ୍ୟାଳୟ ଅନ୍ତର୍ଗତ ସିଙ୍ଗାଗଡିଆ ଗାଁର ନମିତା ମଣ୍ଡଳଙ୍କ ଘରେ ଅଗ୍ନିକାଣ୍ଡ ଘଟି ସମ୍ପୁର୍ଣ୍ଣ ଘର । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ମଧ୍ୟ ଘରର କିଛି ଚାଉଳ, 20 ହଜାର ଟଙ୍କା ସୁନାରୂପା,ପିନ୍ଧାଲୁଗା ସହ ସମସ୍ତ ଆସବାବ ଜିନିଷ ପତ୍ର ମଧ୍ୟ ସମ୍ପୁର୍ଣ୍ଣ ଜଳିପୋଡି ନଷ୍ଟ ହୋଇଯାଇଛି।

ଘରେ ଅଗ୍ନିକାଣ୍ଡ ଘଟି ସମ୍ପୁର୍ଣ୍ଣ ଘର

ତେବେ ଶନିବାର ଘରେ ଶୋଇଥିବା ବେଳେ ହଠାତ୍ ବିଳମ୍ବିତ ରାତ୍ରୀରେ ନିଆଁ ଲାଗିଯାଇଥିଲା । ନମିତା ମଣ୍ଡଳଙ୍କ ପରିବାର 5 ଜଣ ସଦସ୍ୟ ଘର ଭିତରେ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା। ହଠାତ୍ ନମିତାଙ୍କ ଦେଖିବା ପରେ ଜୀବନ ବିକଳେ ପିଲାଛୁଆ ସ୍ବାମୀଙ୍କୁ ଧରି ଘରୁ ବାହାରକୁ ପଳେଇ ଆସିଥିଲେ। ଆଉ ପଡିଶା ଲୋକଙ୍କୁ ଚିତ୍କାର କରି ଓ ଡାକିଥିଲେ।

ଅଗ୍ନିକାଣ୍ଡ ଘଟଣାସ୍ଥଳରେ ପଡିଶା ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କାବୁ କରିପାରି ନଥିଲେ। ସେଥିପାଇଁ ଅଗ୍ନିଶମ ବିଭାଗକୁ ଜଣାଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ହେଲେ ଆୟତ କରିବା ଭିତରେ ଘର ସମ୍ପୁର୍ଣ୍ଣ ଜଳିପୋଡି ପାଉଁଷ ହୋଇ ଯାଇଥିଲା। ଅଗ୍ନିକାଣ୍ଡ ଘଟଣା ଖବରପାଇ ଦାନଗଦୀ ଆରଆଇ ଫୁଲବତୀ ମୁର୍ମୁ ଓ ତ୍ରିଜଙ୍ଗା ସରପଞ୍ଚ କାହ୍ନୁଚରଣ ଦାସ ପହଞ୍ଚି, ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.