ଯାଜପୁର: ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ମୁଖ୍ୟ ଚିକିତ୍ସା ଅଧିକାରୀ ଅଚାନକ ଗସ୍ତ କରି ଡାକ୍ତରଖାନା ଆବସ୍ଥା ତଦାରଖ କରିଛନ୍ତି ।
ସୂଚନାମୁତାବକ ଜିଲ୍ଲା ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ବଳ ଡାକ୍ତରଖାନାରେ ପହଞ୍ଚି ପରିମଳ ବ୍ୟବସ୍ଥା, ପ୍ରତିଟି ବେଡ ବୁଲି ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପରିଦର୍ଶନ କରିଥିଲେ । ତେବେ ଡାକ୍ତରଖାନାର ପରିମଳ ବ୍ୟବସ୍ଥାକୁ ନେଇ ଚିକିତ୍ସା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆଗ ଅପେକ୍ଷା ଡାକ୍ତରଖାନାରେ କିଛିଟା ସୁଧାର ଅଛି ବୋଲି କହିବା ସହ ଯେଉଁ ସବୁ ସମସ୍ୟା ଅଛି ତାର ସମାଧାନ କରାଯିବ ବୋଲି କହିଛନ୍ତି ଶ୍ରୀ ବଳ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ