ETV Bharat / state

ଜିଲ୍ଲାପରିଷଦ ସଭ୍ୟାଙ୍କ ନାଁରେ ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଦମ୍ପତି ଗିରଫ

ଦିନକୁ ଦିନ ସାମାଜିକ ଗଣମାଧ୍ୟମରେ ଅପରାଧ ବଢି ଚାଲିଛି । ଆପତ୍ତିଜନକ ଫଟୋ ଓ ଅଶ୍ଳୀଳ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକଙ୍କ ସମେତ ଜଣେ ଯୁବତୀ ଗିରଫ । ଅଧିକ ପଢନ୍ତୁ...

ଫେସ୍‌ବୁକ୍‌ରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ଦମ୍ପତି ଗିରଫ

author img

By

Published : May 25, 2021, 5:17 PM IST

Updated : May 25, 2021, 7:39 PM IST

ଯାଜପୁର: ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ଆପତ୍ତିନକ ପୋଷ୍ଟ କରିବା ଅଭିଯୋଗରେ ଦମ୍ପତି ଗିରଫ । ଯାଜପୁର ଦଶରଥପୁର ବ୍ଲକ ୭ ନଂ. ଜୋନ୍‌ର ଜିଲ୍ଲାପରିଷଦ ସଭ୍ୟାଙ୍କ ଚରିତ୍ରକୁ ଇଙ୍ଗିତ କରି ପାଲଟପୁର ପଞ୍ଚାୟତର ଜ୍ୟୋତ୍ସ୍ନା ମହାପାତ୍ର କିଛି ଦିନ ହେବ ଫେସ୍‌ବୁକ୍ ମାଧ୍ୟମରେ ଆପତ୍ତିଜନକ ଫଟୋ ଓ ଅଶ୍ଳୀଳ ଭାଷା ପୋଷ୍ଟ କରିଆସୁଥିଲେ ।

ଏନେଇ ଜିଲ୍ଲାପରିଷଦ ସଭ୍ୟା ସମ୍ପୃକ୍ତ ମହିଳାଙ୍କୁ ଫେସ୍‌ବୁକ ମାଧ୍ୟମରେ ଏଭଳି ନକରିବାକୁ ଅନୁରୋଧ କରିଥିଲେ ମଧ୍ୟ ସମ୍ପୃକ୍ତ ମହିଳା ବେଫିକର ଭାବେ ଫେସ୍‌ବୁକ୍‌ରେ ଆପତ୍ତିଜନକ ଫଟୋ ଓ ଅଶ୍ଳୀଳ ଭାଷା ପୋଷ୍ଟ କରିବା ଜାରି ରଖିଥିଲେ । ଯାହାକୁ ନେଇ ଜିଲ୍ଲାପରିଷଦ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଘଟଣାକୁ ନେଇ ଅଭିଯୋଗ କରିବା ସହିତ ଅଭିଯୁକ୍ତାଙ୍କୁ ଗରିଫ କରିବାକୁ ଦାବି କରିଥିଲେ । ଗତକାଲି ସଦର ପୋଲିସ ଅଭିଯୁକ୍ତ ମହିଳା ଜ୍ୟୋତ୍ସ୍ନା ଓ ତାଙ୍କୁ ସହଯୋଗ କରିଥିବା ସ୍ବାମୀ ରତିକାନ୍ତ ସ୍ବାଇଁଙ୍କୁ ଭୁବନେଶ୍ବର ଗଣ୍ଡମୁଣ୍ଡା ଅଞ୍ଚଳରୁ ଗିରଫକରି ମଙ୍ଗଳପୁର ଥାନାକୁ ହସ୍ତାନ୍ତର କରିଥିଲେ ।

ଫେସ୍‌ବୁକ୍‌ରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ଦମ୍ପତି ଗିରଫ

ପରେ ଉଭୟ ଓ ସ୍ତ୍ରୀଙ୍କୁ ମଙ୍ଗଳପୁର ପୁଲିସ ଯାଜପୁର କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜ୍ୟୋତ୍ସ୍ନା ଓ ତାଙ୍କ ସ୍ବାମୀ ରତିକାନ୍ତ ଜେଲ୍ ଯାଇଥିବା ଜଣାପଡିଛି । ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : May 25, 2021, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.