ETV Bharat / state

ଆସନ୍ତାକାଲିଠୁ ଭକ୍ତଙ୍କ ପାଇଁ ଖୋଲିବ ମା' ବିରଜାଙ୍କ ମନ୍ଦିର - Covid Restriction

ଦୀର୍ଘ ୩ ମାସ ପରେ ମା' ବିରଜାଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । କୋରୋନା କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ଥିବାବେଳେ ବୁଧବାର ମା’ଙ୍କ ସାଧାରଣ ଦର୍ଶନ ଆରମ୍ଭ ହେବ । ଅଧିକ ପଢନ୍ତୁ...

ଆସନ୍ତାକାଲିଠୁ ଭକ୍ତଙ୍କ ପାଇଁ ଖୋଲିବ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ମନ୍ଦିର

author img

By

Published : Aug 2, 2021, 9:15 PM IST

ଯାଜପୁର: ବୁଧବାର ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର। ରାଜ୍ୟରେ ଧିରେ ଧିରେ କୋଭିଡ ନିୟନ୍ତ୍ରଣକୁ ଆସିବା ପରେ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ଦାୟିତ୍ବ ଦେଇଥିଲେ । ସେପଟେ ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ଫଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତ୍ବ ବୃଦ୍ଧି ପାଇଥିଲା । ସେବାୟତ ମାନେ ନାନାଦି ଅସୁବିଧାର ସମ୍ମୁଖିନ ହେଉଥିଲେ ।

ଆସନ୍ତାକାଲିଠୁ ଭକ୍ତଙ୍କ ପାଇଁ ଖୋଲିବ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ମନ୍ଦିର

ଏନେଇ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଖୋଲିବା ନେଇ ସେବାୟତମାନେ ମଧ୍ୟ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବାସହ ତୁରନ୍ତ ମନ୍ଦିର ଖୋଲିବା ପାଇଁ ଅନୁରୋଧ କରିଥିଲେ ।

ଏନେଇ ଆଜି(ସୋମବାର) ସେବାୟତ ପରିଷଦ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସେନେଇ ଜିଲ୍ଲାପାଳ ଆସନ୍ତା ୪ ତାରିଖରେ ମନ୍ଦିର ଖୋଲିବା ପାଇଁ ଘୋଷଣା କରିଥିଲେ । ମନ୍ଦିର ଖୋଲାଯିବା ପରେ ସେବାୟତ ଓ ଭକ୍ତମାନେ କୋରୋନା କଟକଣା ମାନି ଦର୍ଶନ କରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.