ETV Bharat / state

ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ - bjd women together party

ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପିମ୍ପୁଡିଆ ପଞ୍ଚାୟତରେ ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ

author img

By

Published : Oct 4, 2021, 10:58 PM IST

ଯାଜପୁର: ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପିମ୍ପୁଡିଆ ପଞ୍ଚାୟତରେ ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ଆଜି(ସୋମବାର) ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଓ ବିଜୁ ମହିଳା ଜନତା ଦଳର ଯାଜପୁର ପର୍ଯ୍ୟବେକ୍ଷିକା ଜ୍ୟୋସ୍ନା ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ

ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ମହିଳା ସଂଗଠନ କିଭଳି ସୁଦୃଢ ହେବ ଏବଂ ବିଜୁ ଜନତା ଦଳରେ ମହିଳା ମାନଙ୍କ ଭୂମିକା କ'ଣ ରହିଛି ସେ ବିଷୟରେ ଅବଗତ କରାଇଥିଲେ। ସ୍ଥାନୀୟ ସରପଞ୍ଚ ମନୋରମା ନାୟକଙ୍କ ନେତୃତ୍ତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳାଙ୍କ ସମେତ ବିଜୁ ଜନତା ଦଳର ନେତ୍ରୀମାନେ ସାମିଲ ହୋଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.