ETV Bharat / state

ଯାଜପୁର: ଇଟା ଫ୍ୟାକ୍ଟ୍ରି ଶ୍ରମିକକୁ ହତ୍ୟା ଅଭିଯୋଗ, ନ୍ୟାୟ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ - ରାସ୍ତା ଉପରେ ମୃତଦେହ ରଖି ଗ୍ରାମବାସୀଙ୍କ ପ୍ରତିବାଦ

ନାଳରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ନ୍ୟାୟ ଦାବିରେ ରାସ୍ତା ଉପରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

suspicious death of man in jajpur
ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ନ୍ୟାୟ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ
author img

By

Published : Aug 7, 2022, 7:52 PM IST

ଯାଜପୁର: ନାଳରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଆରୁହା ପଞ୍ଚାୟତ କୋହ୍ଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ମକର ସାହାଣୀ ବୋଲି ଜଣାପଡ଼ିଛି । ମକର ସାହାଣୀକୁ ହତ୍ୟା କରାଯାଇତିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ନ୍ୟାୟ ଦାବିରେ ରାସ୍ତା ଉପରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମକରଙ୍କୁ ହତ୍ୟା କରାଯାଇଥିବା ନେଇ ଧର୍ମଶାଳା ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ 53ନଂ ଜାତୀୟ ରାଜପଥ ନିକଟ ଆରୁହା ଛକରେ ମୃତଦେହ ରଖି ନ୍ୟାୟ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଅନେକ ଗାଡ଼ି ମଟର ଦୀର୍ଘ ସମୟ ଧରି ଅଟକି ରହିଥିଲା । ମୃତ ମକର ସ୍ଥାନୀୟ ଏକ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିଲେ । ତେଣୁ ଫ୍ୟାକ୍ଟ୍ରି ମାଲିକଙ୍କ ନାମରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସିସିଟିଭି ଯାଞ୍ଚ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.