ETV Bharat / state

IICଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ସବଇନ୍ସିପେକ୍ଟର, ଏସ୍‌ପିଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

ଧର୍ମଶାଳା ଥାନା ଅଧିକାରୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଥାନାର ସବଇନ୍ସିପେକ୍ଟର । ଅଧିକ ପଢନ୍ତୁ

tourture allegation against dharmsala subinspector

author img

By

Published : Feb 23, 2023, 4:10 PM IST

tourture allegation against dharmsala subinspector

ଯାଜପୁର: ପୋଲିସ ବିରୋଧରେ ସଂଗୀନ ଅଭିଯୋଗ ଆଣିଲା ପୋଲିସ୍ । ଧର୍ମଶାଳା ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଥାନାର ସବଇନ୍ସିପେକ୍ଟର । ସବଇନ୍ସିପେକ୍ଟର ରାଧାନାଥ ଦାସ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କ ବିରୋଧରେ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ଥାନା ଅଧିକାରୀ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି । ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଧର୍ମଶାଳା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ରାଧାନାଥ ଦାସଙ୍କ ଅଭିଯୋଗ ଅନୁଯାୟୀ, "ଜରୁରୀକାଳୀନ ସ୍ଥିତିରେ ଛୁଟି ମିଳୁନି, ମାଆଙ୍କ ଅସୁସ୍ଥ ସମୟରେ ମଧ୍ୟ ଛୁଟି ମାଗିଲେ ଛୁଟି ମିଳୁନି । ଅତିରିକ୍ତ ଭାବେ ତାଙ୍କ ଉପରେ କାର୍ଯ୍ୟଚାପ ଲଦି ଦିଆଯାଉଛି । ଅଧିକାଂଶ ସମୟରେ ଅଧିକ ମାମଲାର ତଦନ୍ତଭାର ଲଦି ଦେଇ ମାନସିକ ଚାପ ପକାଯାଉଛି । ଥାନା ଅଧିକାରୀ ଜାଣିଶୁଣି ନିର୍ଯାତନା ଦେବା ସହ ହଇରାଣ ହରକତ କରୁଛନ୍ତି ।" ଯାଜପୁର ଏସପିଙ୍କ ନିକଟରେ ଏଭଳି ଅଭିଯୋଗ ଆଣିଛନ୍ତି ଧର୍ମଶାଳା ଥାନାର ଅଧିକାରୀ ରାକେଶ ତ୍ରିପାଠୀଙ୍କ ବିରୁଦ୍ଧରେ ସବଇନ୍ସିପେକ୍ଟର ରାଧାନାଥ ଦାସ l ଅଭିଯୋଗ ପରେ ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ରୋଡ ଏସଡିପିଓଙ୍କ ଦ୍ବାରା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ । ତେବେ ଏହି ଘଟଣାକୁ ନେଇ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ମନା କରିଛନ୍ତି ଅଭିଯୋଗ କରିଥିବା ସବଇନ୍ସିପେକ୍ଟର ରାଧାନାଥ ଦାସ ।

ଏହା ମଧ୍ୟ ପଢନ୍ତୁ: ଆଜି ସୁଆଣ୍ଡୋ ଯିବେ ମୁଖ୍ୟମନ୍ତ୍ରୀ, ଉତ୍କଳମଣିଙ୍କ ଗାଁର ପୁନଃବିକଶିତ କାର୍ଯ୍ୟର କରିବେ ଲୋକାର୍ପଣ

ଏନେଇ ଜଣେ ଆଇନଜୀବୀ କହିଛନ୍ତି, "ପ୍ରଥମ ଥର ପାଇଁ ଥାନା ଭିତରର କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କାରଣ ଜଣେ ପୋଲିସ୍ ଅଧିକାରୀଙ୍କ ବିରୋଧରେ ଆଉ ଜଣେ ଜୁନିୟର ପୋଲିସ୍ ଅଧିକାରୀ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଶାସନିକ ବ୍ୟବସ୍ଥାର ଏକ ଶୃଙ୍ଖଳାଗତ ଅନୁଷ୍ଠାନ ହେଉଛି ଥାନା । ଯେଉଁଠୁ ସାଧାରଣ ଲୋକ ନ୍ୟାୟ ପାଇଥାନ୍ତି । ସେଠାରେ ଯଦି ଏଭଳି ପରିବେଶ ସୃଷ୍ଟି ହେବ, ତାହାଲେ ଏହି ପ୍ରସଙ୍ଗ ନିଶ୍ଚିତ ଭାବେ ଥାନାକୁ ଏବଂ ଥାନା କର୍ମଚାରୀ ମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଏଭଳି ଥାନାରେ କୌଣସି ପ୍ରକାର ଶୃଙ୍ଖଳା ଭଙ୍ଗ ହେବା ଘଟଣା ଦୁର୍ଭାଗ୍ୟଜନକ ଅଟେ । ବରିଷ୍ଠ ପୋଲିସ ଅଧିକାରୀ ମାନେ ଖୁବଶୀଘ୍ର ଏଭଳି ଘଟଣାର ସମାଧାନ କରାଯିବା ଆବଶ୍ୟକ ରହିଛି ।"

ଇଟିଭି ଭାରତ, ଯାଜପୁର

For All Latest Updates

TAGGED:

jajpur news
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.