ETV Bharat / state

ଭାଙ୍ଗାଘରେ ଚାଲିଛି ପାଠପଢ଼ା, ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା - ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା

ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଙ୍ଗରଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ସ୍କୁଲ ବନ୍ଦ କରି ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ l ଅଧିକ ପଢ଼ନ୍ତୁ

ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା
student stage protest in jajpur
author img

By

Published : Jul 4, 2023, 9:14 PM IST

student stage protest in jajpur

ଯାଜପୁର: ସ୍କୁଲର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 5T ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି l ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବିକାଶର ଜିଲ୍ଲା ଯାଜପୁରରେ l ଭଙ୍ଗା ଶ୍ରେଣୀଗୃହରେ ଚାଲିଛି ପାଠପଢ଼ା । କେଉଁ ପ୍ଲାଷ୍ଟର ଖସି ପଡ଼ିଛି ତ ଆଉ କେଉଁଠି କାନ୍ଥ ଫାଟି ଆଁ କରିଛି । ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଙ୍ଗରଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ସ୍କୁଲ ବନ୍ଦ କରି ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ କୋରେଇ ବ୍ଲକ ରଙ୍ଗରଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲ ସମସ୍ୟା ଘେରରେ ରହଛି l ଶ୍ରେଣୀଗୃହ ଓ ଶିକ୍ଷକଙ୍କ ଅଭାବ ସହିତ ବିପଦ ସଙ୍କୁଳ ଘରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ l ସ୍କୁଲ ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି l ଏପଟେ କାନ୍ଥ ଫାଟି ଆଁ କରିଛି l କୌଣସି ମୂହୁର୍ତ୍ତରେ ବି ଅଘଟଣ ଘଟିପାରେ । ତେଣୁ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅଭିଭାବକ ମାନେ ଭୟ କରୁଛନ୍ତି । ଏ ସମ୍ପର୍କରେ ଅଭିଭାବକ ମାନେ ବାରମ୍ବାର ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କେହି ଏଥି ପ୍ରତି କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

ଏହାମଧ୍ୟ ପଢ଼ନ୍ତୁ: ପରିତ୍ୟକ୍ତ ଗୃହରେ ଚାଲିଛି ପାଠପଢା, ବିଇଓ ଅଫିସ୍ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ

ସେପଟେ ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି, " ସ୍କୁଲର ଦୁଇଟି ଶ୍ରେଣୀଗୃହ ଭାଙ୍ଗି ଯାଇଛି । ଫଳରେ ପିଲାମାନେ ସେଠାରେ ବସି ପାଠ ପଢ଼ିପାରୁ ନାହାନ୍ତି । ଏହି ସମସ୍ୟା ନେଇ ଗତ ବର୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଥିଲି । ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ପ୍ରତିଶୃତି ମିଳିଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ତେଣୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲରେ ତାଲା ପକାଇଛନ୍ତି । " ବହୁ ଦାବି ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୋରେଇ ରଙ୍ଗରଙ୍ଗା ଠାରେ ଶିକ୍ଷାର ବିକାଶ ଏକ ସ୍କୁଲ ପ୍ରତିଷ୍ଠା ହେଇଥିଲା l ମାତ୍ର ଏହି ସ୍କୁଲ ପ୍ରତିଷ୍ଠା ହେବା ଦିନ ଠାରୁ ଏହାର ବିକାଶ ପାଇଁ କୌଣସି ଶିକ୍ଷା ବିଭାଗର ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି l ଏନେଇ ସ୍ଥାନୀୟ ଗ୍ରାମବାସୀ ବିଧାୟକଙ୍କ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ନିକଟରେ ଦାବି କଲେ ବି କେହି କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଆପଣାଇଥିବା ଅଭିଭାବକ କହିଛନ୍ତି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.