ETV Bharat / state

ଉଠା ଦୋକାନୀଙ୍କୁ ସହାୟତା ଦାବିରେ ଧାରଣା

author img

By

Published : Jun 18, 2021, 9:16 PM IST

ଉଠା ଦୋକାନୀଙ୍କୁ ସରକାରୀ ସହାୟତା ଦାବିରେ ମିଳିତ ଶ୍ରମିକ ସଂଗଠନର ଧାରଣା । ରାଜ୍ୟ ସରକାର ଉଠା ଦୋକାନ ମାନଙ୍କୁ ଘୋଷଣା କରିଥିବା ତିନି ହଜାର ଟଙ୍କା ତୁରନ୍ତ ପ୍ରଦାନ ଦାବି । ଅଧିକ ପଢନ୍ତୁ...

street vender demand govt help on covid19 in jajpur
ଉଠା ଦୋକାନୀଙ୍କୁ ସହାୟତା ପ୍ରଦାନ ଦାବିରେ ମିଳିତ ଶ୍ରମିକ ସଂଗଠନର ଧାରଣା

ଯାଜପୁର: ଉଠା ଦୋକାନୀଙ୍କୁ ସରକାରୀ ସହାୟତା ଦାବିରେ ମିଳିତ ଶ୍ରମିକ ସଂଗଠନର ଧାରଣା । ଏନେଇ ଆଜି ବ୍ୟାସନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ଉଠାଦୋକାନୀ ।

ଉଠା ଦୋକାନୀଙ୍କୁ ସରକାରୀ ସହାୟତା ପ୍ରଦାନ ଦାବିରେ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ବ୍ୟାସନଗର ସ୍ଥିତ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ଆଜି ଆଇଏନଟିୟୁସି ଶ୍ରମିକ ସଂଗଠନର ରାଜ୍ୟ ଉପସଭାପତି ବିଦ୍ୟାଧର ମହାନ୍ତି ଓ ସିଆଇଟିୟୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ନାୟକଙ୍କ ନେତୃତ୍ବରେ ଉଠା ଦୋକାନୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଶ୍ରମିକ ସଂଗଠନର ଦାବି ମୁତାବକ ରାଜ୍ୟ ସରକାର ଉଠା ଦୋକାନ ମାନଙ୍କୁ ଘୋଷଣା କରିଥିବା ତିନି ହଜାର ଟଙ୍କା ତୁରନ୍ତ ପ୍ରଦାନ ଦାବି କରିଛନ୍ତି ।

ସେହିପରି ଦୋକାନ ଚାଲୁ କରିବାକୁ ୨୦ ହଜାର ଟଙ୍କା ଲୋନ ପ୍ରଦାନ ଓ ଯେଉଁ ଉଠାଦୋକାନୀ ସରକାରୀ ପଞ୍ଜିକୃତ ମଧ୍ୟରେ ନାହାନ୍ତି ସେମାନଙ୍କୁ ତୁରନ୍ତ ପଞ୍ଜିକୃତ କରି ସହାୟତା ପ୍ରଦାନ ଦାବିରେ ଏହି ଧାରଣା ଚାଲିଥିଲା । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରମିକ ସଂଗଠନ ପକ୍ଷରୁ ଏକ ଦାବିପତ୍ର କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ପ୍ରଦାନ କରାଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.