ETV Bharat / state

ଖଣ୍ଡିତରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା - ଯାଜପୁର କବାଡି ପ୍ରତିଯୋଗିତା ଖବର

ଦୁଇ ବର୍ଷର ଅପେକ୍ଷା ପରେ ଯାଜପୁର ଖଣ୍ଡିତରରେ ଆୟୋଜିତ ହୋଇଛି ସର୍ବ ଭାରତୀୟ କବାଡ଼ି ପ୍ରତିଯୋଗିତା । ଦୁଇ ବର୍ଷର ଅନ୍ତରାଳ ପରେ ଖଣ୍ଡିତରରେ ଆୟୋଜିତ ହୋଇଛି ୬୭ତମ ସର୍ବଭାରତୀୟ କବାଡି ପ୍ରତିଯୋଗିତା । ଅଧିକ ପଢନ୍ତୁ

ଖଣ୍ଡିତରରେ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା

author img

By

Published : Jun 14, 2022, 10:49 AM IST

ଯାଜପୁର: ଦୁଇ ବର୍ଷର ଅପେକ୍ଷା ପରେ ଯାଜପୁର ଖଣ୍ଡିତରରେ ଆୟୋଜିତ ହୋଇଛି ସର୍ବ ଭାରତୀୟ କବାଡ଼ି ପ୍ରତିଯୋଗିତା । ଦୁଇ ବର୍ଷର ଅନ୍ତରାଳ ପରେ ଖଣ୍ଡିତରରେ ଆୟୋଜିତ ହୋଇଛି ୬୭ତମ ସର୍ବଭାରତୀୟ କବାଡି ପ୍ରତିଯୋଗିତା । ଯାଜପୁର ଖଣ୍ଡିତର କବାଡ଼ି ସଂଘ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ ହୋଇଛି । ଯାଜପୁର ଏସପି ରାହୁଲ ପିଆର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଆସନ୍ତା 16 ତାରିଖରେ ଏହା ଶେଷ ହେବ ।

ଖଣ୍ଡିତରରେ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା

ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଚଳିତବର୍ଷ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୋଟ ୨୮ଟି ପୁରୁଷ ଓ ମହିଳା ଦଳ ଭାଗ ନେଇଛନ୍ତି । ପ୍ରତିବର୍ଷ ଠିକ୍ ରଜ ସମୟରେ ଖଣ୍ଡିତରଠାରେ ଏହା ଆୟୋଜନ କରାଯାଇଥାଏ । ମାତ୍ର ମହାମାରୀ କୋରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ଏହି ପ୍ରତିଯୋଗିତା ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ ପୁଣି ମହା ଆଡ଼ମ୍ବରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ବେଶ୍ ଆନନ୍ଦିତ ଅଛନ୍ତି ସ୍ଥାନୀୟ ଲୋକେ । ଟୁର୍ଣ୍ଣାମେଣ୍ଟ ବିଜୟୀ ଦଳ ପାଇଁ ଆର୍ଥିକ ପୁରସ୍କାରର ବ୍ୟବସ୍ଥା କରାଯାଇଥିବା ଆୟୋଜକ କହିଛନ୍ତି । ଆଜିର ଉଦଘାଟନୀ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ ।

ଖଣ୍ଡିତର ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ସାରା ଦେଶରେ ବେଶ ପରିଚିତ । ପୁରୁଷ ବିଭାଗରେ ରାଜ୍ୟ ବାହାରୁ ବିଳାସପୁର, ନାଗପୁର, ଗ୍ବାଲିଅର, ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ, କୋଲକାତା ପୋଲିସ, ମହିଳା ବିଭାଗରେ ଓଡ଼ିଶା ବାହାରୁ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ, ସାଇ ଛତିଶଗଡ଼ ଇଷ୍ଟକୋଷ୍ଟ୍ ରେଲୱେ ଦଳ ଅଂଶଗ୍ରହଣ କରିଛନ୍ତି । ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ଦ୍ବାରା ନୂଆ ପ୍ରତିଭା ବାହାରି ପାରିବେ ବୋଲି ଆଶା କରାଯାଉଛି । ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ଫଳରେ ପ୍ରତି ବର୍ଷ ନୂଆ ଖେଳାଳି ଅଭିଜ୍ଞ ଖେଳାଳିଙ୍କଠାରୁ କିଛି ଟିପ୍‌ସ୍‌ ପାଇ ପାରୁଛନ୍ତି । ରଜ ସହ ଟୁର୍ଣ୍ଣାମେଣ୍ଟର ମଜା ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.