ETV Bharat / state

ଧାର ଟଙ୍କା ମାଗିବାରୁ, ମାଆର ତଣ୍ଟି ଚପି ହତ୍ୟା କଲା ଧରମ ପୁଅ

କୋରେଇ ଥାନା ଜଳନ୍ଦା ଗାଁରେ ମାଆର ତଣ୍ଟି ଚିପି ହତ୍ୟା କଲା ଧରମ ପୁଅ । ତେବେ ଅଭିଯୁକ୍ତ ଧରମ ପୁଅକୁ ପୋଲିସ ମାମଲା ରୁଜୁ କରିବା ସହ ଗିରଫ କରିଛି । ଅଧିକ ପଢନ୍ତୁ

ଧାର ଟଙ୍କା ମାଗିବାରୁ, ମାଆର ତଣ୍ଟି ଚପି ହତ୍ୟା କଲା ଧରମ ପୁଅ
ଧାର ଟଙ୍କା ମାଗିବାରୁ, ମାଆର ତଣ୍ଟି ଚପି ହତ୍ୟା କଲା ଧରମ ପୁଅ
author img

By

Published : Apr 6, 2022, 9:28 PM IST

ଯାଜପୁର: କୋରେଇ ଥାନା ଜଳନ୍ଦା ଗାଁରେ ମାଆର ତଣ୍ଟି ଚିପି ହତ୍ୟା କଲା ଧରମ ପୁଅ । ତେବେ ଅଭିଯୁକ୍ତ ଧରମ ପୁଅକୁ ପୋଲିସ ମାମଲା ରୁଜୁ କରିବା ସହ ଗିରଫ କରିଛି । କୋରେଇ ଥାନା ଅନ୍ତର୍ଗତ ଜଳନ୍ଦା ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ଧରମ ପୁଅ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ଏନେଇ ମହିଳାଙ୍କ ସ୍ୱାମୀ କୋରେଇ ଥାନାରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ କୋରେଇ ଥାନା ଜଳନ୍ଦା ଗାଁର ଆତୁଳ ଜେନାଙ୍କ ପତ୍ନୀ ସରସ୍ବତୀ ଜେନାଙ୍କୁ ବର୍ଷକ ତଳେ ବଂଶୀପୁର ଗାଁର ଗୟାଧର ଜେନାଙ୍କ ପୁଅ ରତ୍ନାକରକୁ ଧରମ ପୁଅ କରିଥିଲେ । ଧାର ଟଙ୍କାକୁ ନେଇ ସରସ୍ବତୀ ଓ ଧରମ ପୁଅ ରତ୍ନାକର ମଧ୍ୟରେ ପାଟିତୁଣ୍ଡ ହେଇଥିଲା ।

ଅନ୍ୟପଟେ ଖବର ପାଇ ଆତୁଳ ଘରେ ପହଞ୍ଚିଲାବେଳକୁ ଘରେ ସରସ୍ବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏଥିସହିତ ତୁରନ୍ତ ଆତୁଳ ରତ୍ନାକର ସରସ୍ବତୀକୁ ତଣ୍ଟି ଚିପି ହତ୍ୟା କରିଛି ବୋଲି କୋରେଇ ଥାନାରେ ଅଭିଯୋଗ କରିଥିଲେ । ତେବେ କୋରେଇ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ରତ୍ନାକର ଜେନାକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରଞ୍ଜିତ ମହାନ୍ତି କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.