ଯାଜପୁର: ସର୍କିଟ ହାଉସ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ଜିଲ୍ଲାରେ କାର୍ଯ୍ୟ କରୁଥିବା ଯୋଜନା ସଂପର୍କରେ ସମୀକ୍ଷା କରିଥିଲେ ।
ଏହି ବୈଠକରେ ଭିନ୍ନକ୍ଷମମାନଙ୍କୁ ମିଳିବାକୁ ଥିବା ସୁବିଧା ସୁଯୋଗ,ବରିଷ୍ଠ ନାଗରିକ ମାନେ କେତେ ଯୋଜନାରୁ ସୁଫଳ ନେଉଛନ୍ତି ସେ ସଂପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ବରୀ ବିଧାୟିକା ସୁନନ୍ଦା ଦାସ ,ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଯୋଗ ଦେଇଥିଲେ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ