ଯାଜପୁର: ଭଙ୍ଗାଯିବ ବହୁ ଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାର ମୁକସାକ୍ଷୀ ସାଜିଥିବା ରଙ୍ଗଶାଳା । ସରକାରୀ ଜମିରେ ଅବସ୍ଥିତ ଏହି ରଙ୍ଗଶାଳାକୁ ଶୁକ୍ରବାର ଭାଙ୍ଗିବ ପ୍ରଶାସନ । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ଗେଷ୍ଟ ହାଉସ ଭାଙ୍ଗିବାକୁ ନେଇ ସରପଞ୍ଚ ସମର୍ଥକଙ୍କ ଯୋଗୁଁ ଚାପା ଉତ୍ତେଜନା ଦେଖାଦେଇଛି।ସ୍ମିତାରାଣୀଙ୍କ ସନ୍ଦେହଜନକ ମୃ୍ତ୍ୟୁ ମୁଖ୍ୟ ଅଭିଯୁକ୍ତ ଧର୍ମଶାଳା ହରିଦାସପୁରର ସରପଞ୍ଚଙ୍କ ଗେଷ୍ଟ ହାଉସ ରଙ୍ଗଶାଳାରେ ହୋଇଥିଲା । ଯାହାକୁ ନେଇ ସରପଞ୍ଚଙ୍କ ସ୍ବାମୀକୁ ଗିରଫ କରିଥିଲା ପୋଲିସ । ତଦନ୍ତରୁ ରଙ୍ଗଶାଳାଟି ସରକାରୀ ଜମିରେ ହୋଇଥିବା ଜଣାପଡିଥିଲା । ଯାହାକୁ ଆାଜି ଭାଙ୍ଗିବାକୁ ପହଞ୍ଚିଛି ପ୍ରଶାସନ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ