ETV Bharat / state

ଯାଜପୁରର ସିଙ୍ଗାପୁର ଯାତ, ଦର୍ଶନ ପାଇଁ ପାଣିରୁ ଆସନ୍ତି ଦିଅଁ - ଯାଜପୁରର ସିଙ୍ଗାପୁର ଯାତ୍ରା

ଅବର୍ଣ୍ଣନୀୟ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ । ଭାବରେ ଜଣେ ବ୍ୟାକୁଳ ହୁଏ, ତ ଭକ୍ତିରେ ଆଉ ଜଣେ ହୁଏ ବିମୋହିତ । ଭକ୍ତ ପାଇଁ ଭଗବାନ ଯେପରି ଦେଉଳ ଛାଡି ଚାଲିଆସେ, ଭଗବାନ ପାଇଁ ବି ସାରା ସଂସାର ଛାଡି ଦେଉଳକୁ ଧାଇଁଯାଏ ଭକ୍ତ । ଏପରି ଭାବ-ଭକ୍ତି ଭରା ନିଆରା ପର୍ବ ଅନୁଷ୍ଠିତ ହେଉଛି ଯାଜପୁରର ସିଙ୍ଗାପୁର ଯାତରେ । ଅଧିକ ପଢନ୍ତୁ

ଯାଜପୁରର ସିଙ୍ଗାପୁର ଯାତ, ଦର୍ଶନ ପାଇଁ ପାଣିରୁ ଆସୁଛନ୍ତି ଦିଅଁ

author img

By

Published : Apr 14, 2022, 9:21 PM IST

ଯାଜପୁର: ଅବର୍ଣ୍ଣନୀୟ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ । ଭାବରେ ଜଣେ ବ୍ୟାକୁଳ ହୁଏ, ତ ଭକ୍ତିରେ ଆଉ ଜଣେ ହୁଏ ବିମୋହିତ । ଭକ୍ତ ପାଇଁ ଭଗବାନ ଯେପରି ଦେଉଳ ଛାଡି ଚାଲିଆସେ, ଭଗବାନ ପାଇଁ ବି ସାରା ସଂସାର ଛାଡି ଦେଉଳକୁ ଧାଇଁଯାଏ ଭକ୍ତ । ଏପରି ଭାବ-ଭକ୍ତି ଭରା ନିଆରା ପର୍ବ ଅନୁଷ୍ଠିତ ହେଉଛି ଯାଜପୁରର ସିଙ୍ଗାପୁର ଯାତରେ । ବର୍ଷ ତମାମ ମଧୁତୀର୍ଥ ପୁଷ୍କରିଣୀରେ ଗୋପନ ସୟନରେ ଥିବା ନାରାୟଣ ଗୋସେଇଁ ପଣା ସଂକ୍ରାନ୍ତିରେ ଦେଉଛନ୍ତି ଦର୍ଶନ ।

ଯାଜପୁରର ସିଙ୍ଗାପୁର ଯାତ, ଦର୍ଶନ ପାଇଁ ପାଣିରୁ ଆସୁଛନ୍ତି ଦିଅଁ

ଭକ୍ତଙ୍କୁ ଦର୍ଶନ ଦେବାକୁ ଠାକୁର ପ୍ରତିବର୍ଷ ପଣାସଂକ୍ରାନ୍ତୀରେ ତିନିଦିନ ପାଇଁ ପାଣିରୁ ବାହାରିଥାନ୍ତି । ଭକ୍ତଙ୍କ ମେଳରେ ଠାକୁରଙ୍କୁ ଚାପ ଯୋଗେ ପାଣିରୁ କଢାଯାଇଥାଏ । ବିଧି ସ୍ବରୂପ ଗଡମଧୁପୁର ରାଜଜେମା ଅପର୍ଣ୍ଣା ଧିର ସିଂହ ପ୍ରଥମେ ପଇଡ ପାଣି ଓ ଅନ୍ୟାନ୍ୟ ସୁଗନ୍ଧ ଦ୍ରବ୍ୟରେ ପ୍ରଭୁଙ୍କ ସ୍ନାନ କରାଇବା ପରେ ଠାକୁର ନିକଟସ୍ଥ ନୃସିଂହ ମନ୍ଦିରକୁ ବିଜେ କରିଥିଲେ । ଠାକୁରଙ୍କ ଏହି ନିଆରା ଜଳଚାପ କ୍ରିଡା ଦେଖିବାକୁ ସକାଳ ଠାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଛି ।

ପ୍ରତ୍ୟୁଷରେ ନାରାୟଣ ଗୋସେଇଁଙ୍କ ବହୁ ପ୍ରାଚୀନ କଳାମୁଗୁନିର ମୂର୍ତ୍ତୀ ପୁଷ୍କରିଣୀରୁ ବାହାରି ମନ୍ଦିର ବିଜେ କରିଛନ୍ତି । ବର୍ଷ ତମାମ୍ ଏହି ପୋଖରୀ ଜଳରେ ଗୋପନରେ ଶୟନରତ ଥିବା ଠାକୁର ନାରାୟଣ ଗୋସେଇଁ ପଣାସଂକ୍ରାନ୍ତୀ ଠାରୁ ମାତ୍ର ତିନି ଦିନ ପାଇଁ ପାଣିରୁ ବାହାରି ମନ୍ଦିରରେ ଅବସ୍ଥାନ କରନ୍ତି । କୋଭିଡ୍ କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ଏହି ମେଳା ମହୋତ୍ସବ ସ୍ଥଗିତ ରଖାଯାଇଥିଲା । ଏବର୍ଷ ଧୁମଧାମରେ ପାଳିତ ହୋଇଛି ଏହି ପାରମ୍ପରିକ ଉତ୍ସବ ।

ଠାକୁର ନାରାୟଣ ଗୋସେଇଁ ପାଣିରୁ ଛଣା ହୋଇ ନୃସିଂହ ମନ୍ଦିରରେ ବିଜେ କରିବା ପରେ ସିଂହାସନରେ ତିନିଦିନ ଧରି ଦଶାବତାର ରୂପରେ ପୂଜା ପାଇଥାନ୍ତି । ଚତୁର୍ଥ ଦିନ ସକାଳେ ଠାକୁର ପୁଣି ମନ୍ଦିରରୁ ପୁଷ୍କରିଣୀକୁ ପ୍ରତ୍ୟାବର୍ତ୍ତନ କରନ୍ତି, ଯେଉଁଠି ସେ ଗୋପନରେ ବର୍ଷେ କାଳ ଧରି ଜଳଶୟନ କରିଥାନ୍ତି । କିମ୍ବଦନ୍ତି କହେ ଦିନେ ଧର୍ମାନ୍ଧ କଳାପାହାଡର ତାଣ୍ଡବରୁ ରକ୍ଷା କରିବାକୁ ଭକ୍ତମାନେ ଠାକୁରଙ୍କୁ ଏହି ପୋଖରୀ ପାଣିରେ ଲୁଚାଇ ଦେଇଥିଲେ । ବହୁ ବର୍ଷ ପରେ ଗଡମଧୁପୁର ରାଜାଙ୍କୁ ସ୍ବପ୍ନାଦେଶ ହେବା ପରେ ପଣାସଂକ୍ରାନ୍ତୀର ପବିତ୍ର ଦିନରେ ଠାକୁରଙ୍କୁ ପାଣିରୁ କଢାଯାଇ ମନ୍ଦିର ଅଣାଯାଇଥିଲା । ପ୍ରାୟ 300 ବର୍ଷରୁ ଉର୍ଦ୍ଧ ହେବ ଏହି ପରମ୍ପରା ଚାଲିଆସିଛି ।

ତେବେ କୋଭିଡ ମହାମାରୀ ଯୋଗୁଁ ଏହା ଦୁଇବର୍ଷ ଧରି ସ୍ଥଗିତ ରହିଥିଲା । ଏବର୍ଷ ପୁଣି ମେଳା ପାଇଁ ସାରା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି । ଦୋକାନ ବଜାର ସାଙ୍ଗକୁ ଘରକରଣା ସାମଗ୍ରୀର ଷ୍ଟଲ ମାନ ଖୋଲିଛି । ମେଳାରେ ଭିଡ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.