ETV Bharat / state

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ବନ୍ଧା ହେଲେ ୬ ଗ୍ରାହକ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ (Sex racket busted in Jajpur ) । ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ 6 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Sep 2, 2022, 9:20 AM IST

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ବନ୍ଧା ହେଲେ ୬ ଗ୍ରାହକ
ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ବନ୍ଧା ହେଲେ ୬ ଗ୍ରାହକ

ଯାଜପୁର: ପାଣିକୋଇଲି ପୋଲିସକୁ ସଫଳତା । ପାଣିକୋଇଲି ଛକ ନିକଟ ଏକ ହୋଟେଲରୁ ସେକ୍ସ୍ ରାକେଟକୁ((Sex racket busted in Jajpur ) ଧରିବାରେ ସଫଳ ହୋଇଛି ପୋଲିସ । ସେଠାରୁ ଜଣେ ଜଣେ ରୂପଜୀବୀକୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏହାସହ ସମ୍ପୃକ୍ତ ହୋଟେଲକୁ ସିଲ୍ କରିଛି ପୋଲିସ । ସୂଚନା ମୁତାବକ ପାଣିକୋଇଲି ଛକ ନିକଟ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଏହାପରେ ପୋଲିସ ଏହି ହୋଟେଲରେ ଚଢ଼ଉ କରି ଜଣେ ରୂପଜୀବୀକୁ ଉଦ୍ଧାର କରିବାସହ ୪ଜଣ ଗ୍ରାହକଙ୍କୁ କାବୁ କରି ଥାନାକୁ ନେଇଥିଲା ।

ପରେ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜର ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପାଣିକୋଇଲି ପୋଲିସ । ଗୁରୁବାର ମଧ୍ୟାହ୍ନରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ଏହି ହୋଟେଲକୁ ମଧ୍ୟ ପୋଲିସ ସିଲ୍ କରିଛି । ଅନ୍ୟପକ୍ଷରେ ହୋଟେଲ ଭିତରୁ ଟଙ୍କା, ଦୁଇଟି ମୋବାଇଲ ଓ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ସେକ୍ସ ରାକେଟ ଚଢ଼ଉ ହେବା ପରେ ଏବେ ନାମିଦାମୀ ଲଜ ଏବଂ ହୋଟେଲ ଗୁଡ଼ିକ ମାଲିିକଙ୍କ ମନରେ ଛନକା ପଶିଛି । ଏଥିପାଇଁ ନିଜକୁ ସୁରକ୍ଷା ଦେବା ସହ ହୋଟେଲ ଗୁଡ଼ିକୁ ଆସୁଥିବା ଗ୍ରାହକଙ୍କୁ ମଧ୍ୟ ଟିକିନିଖି ତଦନ୍ତ କରୁଛନ୍ତି । ସେପଟେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିିଭିନ୍ନ ମହଲରେ ଦାବି କରାଯାଇଛି ।

ସୂଚନା ଥାଉକି ନିକଟରେ ରାୟଗଡା ଗୁଣୁପୁରରେ ସେକ୍ସ ରାକେଟ ଚାଲିଥିବା ବେଳେ ଧରିବାରେ ସଫଳ ହୋଇଥିଲା ପୋଲିସ । ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସ ଖବର ପାଇବା ପରେ ଗୁଣୁପୁରର ଦୁଇଟି ଲଜରେ ଚଢାଉ କରିଥିଲା ପୋଲିସ। ସେକ୍ସ ରାକେଟ ଚଲାଉଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ ମଧ୍ୟ କରିଥିଲା । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଲଜ ମାଲିକ, ୨ ଜଣ ହୋଟେଲ ମ୍ୟାନେଜର ଓ ଦୁଇ ଜଣ ଗ୍ରାହକ ଥିଲେ । ଚଢାଉ ସମୟରେ ପୋଲିସ ୧୦ ହଜାର ଟଙ୍କା, ଦୁଇଟି ମୋବାଇଲ ଓ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.