ETV Bharat / state

Road Mishap: ନେଉଳପୁରରେ ଟ୍ରକକୁ ଧକ୍କା ଦେଲା ଆଇଚର, 7 ମୃତ - ଯାଜପୁରରେ ଭୟଙ୍କର ସଡକ ଦୁର୍ଘଟଣା

ଯାଜପୁର ଜିଲ୍ଲା ନେଉଳପୁର ଠାରେ ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଟ୍ରକ ସହ ଆଉ ଏକ ଟ୍ରକ ଧକ୍କା ହେବାରୁ ୭ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଯାଜପୁରରେ ଟ୍ରକ ଦୁର୍ଘଟଣା
ଯାଜପୁରରେ ଟ୍ରକ ଦୁର୍ଘଟଣା
author img

By

Published : Feb 25, 2023, 8:03 AM IST

Updated : Feb 25, 2023, 12:37 PM IST

several killed as icher hits truck in Jajpur

ଯାଜପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅନ୍ତର୍ଗତ ନେଉଳପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡରେ ଛିଡା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ (ଆଇଚର) । ଏଥିରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହସ୍ପିଟାଲରେ ଆଖି ବୁଜିଛନ୍ତି । ସମସ୍ତ ମୃତାହତ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ହେଲେ ସେମାନଙ୍କର ପରିଚୟ ମିଳିପାରି ନାହିଁ । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ନେଉଳପୁର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ନେଉଳପୁର ଠାରେ ଦୁଇଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିଲା । ସେହି ଟ୍ରକ ସେଠାରେ ସେମିତି ପଡି ରହିଥିବା ବେଳେ ଆଜି ଭୋରରୁ ପଶ୍ଚିମବଙ୍ଗ ପଟୁ ଆସୁଥିବା ଏକ ଟ୍ରକ ସେହି ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଏଥିରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଜଣେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।

ପଶ୍ଚିମବଙ୍ଗ ପଟୁ ଆସୁଥିବା ଏହି ଟ୍ରକରେ ମୋଟ ୭ ଜଣ ଥିଲେ । ସେମାନେ କୁକୁଡା ନେବାକୁ ପଶ୍ଚିମବଙ୍ଗରୁ ଭୁବନେଶ୍ବର ଯାଉଥିଲେ । ଦୁର୍ଘଟଣାରେ ସମସ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଧର୍ମଶାଳା ପୋଲିସ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ: ଅମିତ ଶାହଙ୍କ ରାଲିରୁ ଫେରୁଥିବା ବେଳେ ବସକୁ ଧକ୍କା ଦେଲା ଟ୍ରକ, ୮ମୃତ

ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶରେ ବସ୍‌ ସହ ଟ୍ରକ ଧକ୍କା ହେବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୫୦ରୁ ଅଧିକ ଆହତ ହୋଇଛନ୍ତି । ବସ୍ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଲିରୁ ଫେରୁଥିବା ବେଳେ ବାଟରେ ଏକ ଟ୍ରକ ଧକ୍କା ଦେଇଥିବା ଜଣାପଡିଛି । ତିନି ଦିନ ତଳେ ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଚୋଲପଦର ଗାଁରେ ଅଟୋ ଓ ଟ୍ରକ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୭ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତ ମୃତକ କୋମରଡା ଥାନା ଅଞ୍ଚଳର ଥିଲେ ।

ଏହାମଧ୍ୟ ପଢନ୍ତୁ: ବିସ୍ଫୋରଣରେ ଭୁଶୁଡିଲା ଶୀତଳ ଭଣ୍ଡାରର ଛାତ, 7 ମୃତ

Last Updated : Feb 25, 2023, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.