ETV Bharat / state

ଟ୍ରକକୁ ଧକ୍କା ଦେଲା ପିକଅପ ଭ୍ୟାନ: 3 ମୃତ, 6 ଗୁରୁତର

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ 3ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

author img

By

Published : Apr 8, 2023, 10:59 AM IST

Updated : Apr 8, 2023, 11:38 AM IST

pickup van rams into a truck in jajpur
pickup van rams into a truck in jajpur
pickup van rams into a truck in jajpur

ଯାଜପୁର: ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ପିକଅପ ଭ୍ୟାନ । 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣଙ୍କ ଅବସ୍ଥା ଗୁରୁତର । ଯାଜପୁରର ଚାରିନଙ୍ଗଲ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିକଅପ ଭ୍ୟାନଟି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଲ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଭୟଙ୍କର ଦୁର୍ଘଟଣା: କେନାଲକୁ ବରଯାତ୍ରୀ ଗାଡି ଖସି 7 ମୃତ, 4 ଆହତ

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8 ଜଣ ଗୁରୁତର ଆହତ ହୋଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ଆଉ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ 6 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପିକଅପ ଭ୍ୟାନଟି ବାଲିଚନ୍ଦ୍ରପୁର ଅଞ୍ଚଳରୁ ସୁକୁଆ ନେଇ ପାରାଦ୍ୱୀପ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ଅତ୍ୟଧିକ କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପିକଅପ ଭ୍ୟାନରେ ଡ୍ରାଇଭରକୁ ମିଶାଇ ମୋଟ 9ଜଣ ଥିଲେ ।

ଏହା ମଧ୍ୟ ପଢନ୍ତୁ-ବୁଢୀ ଠାକୁରାଣୀ ଯାତ୍ରା: ଚତୁର୍ଥ ଦିନରେ ଧର୍ମଝଣ୍ଡାଙ୍କୁ ନିମନ୍ତ୍ରଣ, ଆଜି ହେବ ସ୍ଥାପନ

ଗତ ମାର୍ଚ୍ଚ 31 ତାରିଖରେ ସମ୍ବଲପୁରରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ କେନାଲକୁ ବରଯାତ୍ରୀ ଗାଡି ଖସିବାରୁ ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଥିଲା । ସମ୍ବଲପୁରର ଶାସନ କେନାଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ବୋଲେରୋ କେନାଲ ମଧ୍ୟକୁ ଖସିପଡିଥିଲା । ସମସ୍ତ ମୃତକ ହେଉଛନ୍ତି ଦିବ୍ୟ ଲୁହା, ସରୋଜ ସେଟ, ଅଜିତ ଖମାରୀ, ସୁମନ୍ତ ଭୋଇ, ସୁବଳ ଭୋଇ, ରମାକାନ୍ତ ଭୂୟାଁ ଓ ଡ୍ରାଇଭର ଶତୃଘ୍ନ ଭୋଇ । ସମ୍ବଲପୁର ପରମାଣପୁରରୁ ଝାରସୁଗୁଡା ଜିଲ୍ଲା ବଡଧରା ଗାଁକୁ ବରଯାତ୍ରୀ ଗାଡିଟି ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ଡ୍ରାଇଭର ୟୁ ଟର୍ଣ୍ଣ ରାସ୍ତା ଜାଣି ନପାରିବାରୁ ଗାଡିଟି ଶାସନ କେନାଲ ଭିତରକୁ ପଶି ଯାଇଥିଲା । ଗାଡ଼ିରେ ମୋଟ 11 ଜଣ ଯାତ୍ରୀ ରହିଥିଲେ ।

ଇଟିଭି ଭାରତ, ଯାଜପୁର

Last Updated : Apr 8, 2023, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.