ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନଵଦିନାତ୍ମକ ରଥଯାତ୍ରାର ସପ୍ତମୀ ଦିବସ ଅନୁଷ୍ଠିତ ହୋଇଯାଇଛି। ଆଜି(ଗୁରୁବାର) ମା'ଙ୍କ ପୀଠରେ ମହାସପ୍ତମୀ ପାଳିତ ହେଉଛି। ପରମ୍ପରା ମୁତାବକ ଗୁରୁବାର ମା' ବିରାଜଙ୍କ ରଥ ମନ୍ଦିର ଚତୁପାର୍ଶ୍ବ ପରିକ୍ରମା କରିଥିଲା।
କୋଭିଡ କଟକଣା ଭିତରେ କେବଳ ସେବାୟତ ଓ ପୋଲିସ କର୍ମଚାରୀମାନଙ୍କ ଦ୍ବାରା ଘଣ୍ଟଘଣ୍ଟା, ବାଜା ଧ୍ଵନିରେ ଏହି ରଥଟଣା କାର୍ଯ୍ୟ ସମ୍ପାଦନ କରାଯାଇଛି । ରଥଟଣା ସମୟରେ ବିରଜା ମନ୍ଦିର ଚତୁଃପାର୍ଶ୍ବରେ 144 ଧାରା ଜାରି କରାଯାଇଛି ।
କୌଣସି ସାଧାରଣ ଭକ୍ତଙ୍କୁ ରଥ ପାଖକୁ କିମ୍ଵା ରଥ ଟାଣିବାକୁ ବାରଣ କରାଯାଇଛି। ଆଗାମୀ 24 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନରେ ମନ୍ଦିର ଚାରିପଟେ ମା'ଙ୍କ ରଥ ବେଢା ପରିକ୍ରମା କରିବ। ଆସନ୍ତାକାଲି(ଶୁକ୍ରବାର) ମହାଷ୍ଟମୀ ଥିବାରୁ ମାଆଙ୍କର ସ୍ବତନ୍ତ୍ର ରୀତିନୀତି ହେବାର କାର୍ଯ୍ୟକ୍ରମ ରହିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ