ETV Bharat / state

ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରାରେ ଲାଗିଲା ଧାରା ୧୪୪, ଖାଁ ଖାଁ ଯାତ୍ରା ପଡିଆ - jajpur yatra

ଯାଜପୁରର ପ୍ରସିଦ୍ଧ ନାରାୟଣ ଗୋସେଇଁ ଯାତ୍ରାରେ ଲାଗିଲା 144 ଧାରା । କେବଳ ବିଧି ରକ୍ଷା ପାଇଁ ରୀତିନୀତି ଅନୁସାରେ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । ଅଧିକ ପଢନ୍ତୁ...

ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରାରେ ଲାଗିଲା ଧାରା ୧୪୪, ଖାଁ ଖାଁ ଯାତ୍ରା ପଡିଆ

author img

By

Published : Apr 14, 2021, 4:54 PM IST

ଯାଜପୁର: ଜିଲ୍ଲାର ରସୁଲପୁର ବ୍ଲକ ସିଙ୍ଗାପୁର ଠାରେ ଆଜିଠାରୁ(ବୁଧବାର) ଆରମ୍ଭ ହୋଇଛି ପ୍ରସିଦ୍ଧ ନାରାୟଣ ଗୋସେଇଁ ଯାତ୍ରା । ମାତ୍ର ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ଉପରେ କଟକଣା ଜାରି କରାଯାଇଛି । ସାଧାରଣ ଦର୍ଶନ ବନ୍ଦ ରଖାଯିବା ସହ ଯାତ୍ରା ପଡିଆ ଓ ମନ୍ଦିର ଆଖପାଖ ଅଞ୍ଚଳରେ ଆଜି ଠାରୁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ 144 ଧାରା ଲାଗୁ ହୋଇଛି । କେବଳ ବିଧି ରକ୍ଷା ପାଇଁ ରୀତିନୀତି ଅନୁସାରେ ନାରାୟଣ ଗୋସେଇଁଙ୍କ ପୂଜାର୍ଚ୍ଚନା ଚାଲିଛି ।

ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରାରେ ଲାଗିଲା ଧାରା ୧୪୪, ଖାଁ ଖାଁ ଯାତ୍ରା ପଡିଆ

ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସ୍ଥାନୀୟ ପୁଷ୍କରିଣୀରୁ ପ୍ରଭୁ ନାରାୟଣ ଗୋସେଇଁଙ୍କ ପ୍ରତିମୂର୍ତ୍ତି ଉଦ୍ଧାର କରାଯାଇଥିଲା । ପରେ ଦିଅଁ ସ୍ଥାପନା କରାଯାଇ ଯଥା ବିଧି ଅନୁସାରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହୋଇଛି । ପୂଜକ ଓ ଯାତ୍ରା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ପୂଜାର୍ଚ୍ଚନା ଚାଲିଛି । ଆସନ୍ତା ତିନି ଦିନ ଧରି ଏହି ଯାତ୍ରା ଚାଲିବ । ତେବେ ପ୍ରଶାସନର କଟକଣା ଯୋଗୁଁ ମନ୍ଦିର ଭକ୍ତ ଶୂନ୍ୟ ହୋଇଥିବାବେଳେ ଯାତ୍ରା ପଡିଆ ଖାଁ ଖାଁ ଲାଗୁଛି ।

144 ଧାରା ଲାଗୁ ହୋଇଥିବାରୁ ମନ୍ଦିର ପରିସରରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି । ତେବେ ପ୍ରତ୍ୟେକ ବର୍ଷ ନାରାୟଣ ଗୋସେଇଁଙ୍କ ଏହି ଯାତ୍ରା ସମୟରେ ଏଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । 3 ଦିନ ବ୍ୟାପୀ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଭଗବାନ ନାରାୟଣ ଗୋସେଇଁଙ୍କ ଦର୍ଶନ ଲାଭ କରିଥାନ୍ତି । ମାତ୍ର ଚଳିତ ବର୍ଷ ଭଗବାନଙ୍କ ଦର୍ଶନ ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଦୁଃଖ ପ୍ରକାଶ ପାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.