ETV Bharat / state

ମା’ ବିରଜାଙ୍କ ଦୂର୍ଗାପୂଜା ହେବା ନେଇ ସେବାୟତ ପରିଷଦ ହାଇକୋର୍ଟଙ୍କ ଦ୍ୱାରାସ୍ଥ - sebayata took to the High Court

ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବା ନେଇ ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଛନ୍ତି ସେବାୟତ ପରିଷଦ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ହେବା ନେଇ ହାଇକୋର୍ଟଙ୍କ ଦ୍ୱାରାସ୍ଥ

author img

By

Published : Sep 15, 2020, 10:44 PM IST

ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ଥର ହେବା ନେଇ ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଛନ୍ତି ସେବାୟତ ପରିଷଦ । ପ୍ରତିବର୍ଷ ମା’ଙ୍କର ଦୂର୍ଗା ପୂଜା ଅବସରରେ ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ଜନିତ କଟକଣା ରହିଥିବାରୁ କୌଣସି ମନ୍ଦୀରରେ ସେଥିପାଇଁ କୌଣସି ଧର୍ମୀୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି ।

ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ହେବା ନେଇ ହାଇକୋର୍ଟଙ୍କ ଦ୍ୱାରାସ୍ଥ

ଚଳିତ ବର୍ଷ ମା’ଙ୍କ ଶାରଦୀୟ ଉତ୍ସବ ଆରମ୍ଭ ହୋଇଛି । ଚଳିତ ବର୍ଷ ମଳ ମାସ ପଡୁଥିବାରୁ ମା’ଙ୍କ ଦୂର୍ଗାପୂଜା ୪୬ ଦିନ ଧରି ଚାଲିବ ଏବଂ ମା’ଙ୍କ ରଥଯାତ୍ରା ଆସନ୍ତା ଅକ୍ଟୋବର ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ୯ ଦିନ ଧରି ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ସେଥିପାଇଁ ମା’ଙ୍କ ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ ସେବାୟତ ପରିଷଦ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି ।

ଏହି ରଥଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ସହିତ ହାଇକୋର୍ଟ ଯେଉଁ ସବୁ ସର୍ତ ରଖିବେ ତାକୁ ମାନି ରଥାଯାତ୍ରା କରାଯିବ ବୋଲି ସେବାୟତ ମାନଙ୍କ ପକ୍ଷରୁ ଆଇନଜୀବୀଙ୍କ ପକ୍ଷରୁ ଦର୍ଶାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.