ଯାଜପୁର: ଯାଜପୁର ଜିଲ୍ଲାରେ ଲାଗୁ ହେବ ସୁନେତ୍ର ଯୋଜନା । ଏହି ଯୋଜନାରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ଆଖି ପରୀକ୍ଷା କରାଯାଇ ସେମାନଙ୍କୁ ବିନା ମୂଲ୍ୟରେ ଔଷଧ ଯୋଗାଇ ଦିଆଯିବ । ଯାହାକୁ ନେଇ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ଯୋଜନାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଛାତ୍ରଛାତ୍ରୀଙ୍କ ଆଖି ପରୀକ୍ଷା କରିବା ପରେ ବିଭିନ୍ନ କ୍ୟାମ୍ପରେ ସେମାନଙ୍କର ଚିକିତ୍ସା କରାଯିବ । ତେବେ ଏହି ଯୋଜନା ଦ୍ବାରା ଜିଲ୍ଲାର ୩୧ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ ହୋଇ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।
ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ