ETV Bharat / state

ଯାଜପୁରରେ ଆରମ୍ଭ ହେଲା ସ୍କୁଲ ବ୍ୟାଗ ଯାଞ୍ଚ ପ୍ରକ୍ରିୟା

author img

By

Published : Sep 15, 2019, 3:09 AM IST

ଶନିବାର ଯାଜପୁରର ସବୁ ବିଦ୍ୟାଳୟରେ ଚାଲିଥିବା କଡା ଯାଞ୍ଚ । ଯାଞ୍ଚ ଟିମରେ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀ ସାମିଲ ଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ବହି ବସ୍ତାନୀ ବୋଝ ନେଇ ଯାଜପୁରରେ ଯାଞ୍ଚ ପ୍ରକ୍ରିୟା କଡାକଡି । ଶନିବାର ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଏଭଳି ଯାଞ୍ଚ କରାଯାଇଛି ।

ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆବଶ୍ୟକତାଠାରୁ ଅଧିକ ବହି ଆଣୁଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଅନେକ ବିଦ୍ୟାଳୟରେ ମଧ୍ୟ ଏନଓସି ନଥିବା ଦେଖିବାକୁ ପାଇଥିଲେ ଯାଞ୍ଚ ଅଧିକାରୀ । ନିୟମ ଉଲଂଘନ କରୁଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏନେଇ ଚେତାବନୀ ମଧ୍ୟ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ର ଓଜନ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିୟମକୁ କାର୍ଯ୍ୟକାରୀ କରାନଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶନିବାର ହୋଇଥିବା ଏହି ଯାଞ୍ଚ ଟିମରେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀ ପ୍ରମୁଖ ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-SCHOOL CHECKING
format-avb
reporter-Gyanaranjan ojha
place-jajpur
date-14.09.19
anchor--ସ୍କୁଲ ଛାତ୍ର ଛାତ୍ରୀଙ୍କ ଉପରେ ବହି ଓ ବସ୍ତାନୀ ବୋଝ ନେଇ ଯାଜପୁରରେ ଯାଂଚ କଡାକଡି । ଆଜି ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଏଭଳି ଯାଂଚ କରାଯାଇଛି । ଅନେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ଆବଶ୍ୟକତା ଠାରୁ ଅଧିକ ବହି ଆଣୁଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଅନେକ ବିଦ୍ୟାଳୟରେ ମଧ୍ୟ ଏନ ଓ ସି ନଥିବା ଦେଖିବାକୁ ପାଇଥିଲେ ଯାଂଚ ଅଧିକାରୀ । ନିୟମ ଉଲଙ୍ଘନ କରୁଥିବା ବିଦ୍ୟାଳୟ କର୍ତୁପକ୍ଷଙ୍କୁ ଏ ନେଇ ଏକ ଚେତାବନି ଦିଆଯାଇଛି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଛାତ୍ର ଛାତ୍ରୀଙ୍କ ବହି ର ଓଜନ ହ୍ରାସ କରିବା ପାଇଁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ନିୟମକୁ କାର‌୍ୟ୍ୟକାରୀ କରାନଗଲେ ଆଇନ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଶିକ୍ଷାଧିକାରୀ ନିର୍ଦ୍ଧେଶ ଦେଇଛନ୍ତି । ଆଜିର ଏହି ଯାଂଚ ଟିମରେ ସର୍ବଶିକ୍ଷା ଅଭିଯାନର ଜିଲାପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀ ପ୍ରମୁଖ ସାମିଲ ହୋଇଥିଲେ ।
ବାଇଟ୍:କୃଷ୍ଣ ଚନ୍ଦ୍ର ନାୟକ,ଜିଲା ଶିକ୍ଷାଧିକାରୀ

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.