ETV Bharat / state

ବାଲି ମାଫିଆଙ୍କ ଆତଙ୍କ ରାଜ, ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ମାରିବାକୁ ଉଦ୍ୟମ

ଯାଜପୁର ଜିଲ୍ଲା ଦଶରଥପୁରର ତହସିଲଦାରଙ୍କୁ ଟ୍ରାକ୍ଟର ଚଡେଇ ମାରିଦେବାକୁ ଉଦ୍ୟମ କଲେ ବାଲି ମାଫିଆ । ଅଧିକ ପଢ଼ନ୍ତୁ

ବାଲି ମାଫିଆଙ୍କ ଉନ୍ମତ୍ତ କାଣ୍ଡ, ଦଶରଥପୁର ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିବାକୁ ଉଦ୍ୟମ

author img

By

Published : Mar 31, 2022, 3:40 PM IST

ଯାଜପୁର: ଜିଲ୍ଲାରେ ଦଶରଥପୁରର ତହସିଲଦାରଙ୍କୁ ଟ୍ରାକ୍ଟର ଚଡେଇ ମାରିଦେବାକୁ ଉଦ୍ୟମ କଲେ ବାଲି ମାଫିଆ । ଦଶରଥପୁର ତହସିଲ ଅଧିନସ୍ଥ କସପା ପଞ୍ଚାୟତ ପଲାସାହି ବୈତରଣୀ ନଦୀରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ ତହସଲିଦାର । ଘଟଣା ସ୍ଥଳରେ ପହଞ୍ଚି ତହସିଲଦାର ଅଭିନାଶ ବିଶ୍ୱଜିତ ସେଠି ବାଲି ଉଠାଉଥିବା ଟ୍ରାକ୍ଟରକୁ ଜବତ କରିବାକୁ ଉଦ୍ୟମ କରିଥିଲେ ।

ବାଲି ମାଫିଆଙ୍କ ଉନ୍ମତ୍ତ କାଣ୍ଡ, ଦଶରଥପୁର ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିବାକୁ ଉଦ୍ୟମ

ଏହି ସମୟରେ ଟ୍ରାକ୍ଟରଟି ତହସିଲଦାରଙ୍କ ଆଡକୁ ଜୋରରେ ମାଡି ଆସିଥିଲା । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଦଶରଥପୁର ତହସିଲଦାର । ଏହି ନମ୍ବର ବିହୀନ ଟ୍ରାକ୍ଟରକୁ ପୋଲିସ ଜବତ କରିବା ପୂର୍ବରୁ ମାଲିକ ଗାଡ଼ିର ରଙ୍ଗ ମଧ୍ୟ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି । ଟ୍ରାକ୍ଟର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ଏହି ଘଟଣାକୁ ନେଇ ଖୋଦ ତହସିଲଦାର ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହଁନ୍ତି ସ୍ଥାନୀୟ ଲୋକେ । ଏହି ବେଆଇନ ବାଲି ଚାଲାଣକାରୀଙ୍କ ପଛରେ ରାଜନେତାଙ୍କ ହାତ ଥିବା ଅଭିଯୋଗ ହୋଇଛି । ଦଶରଥପୁର ଅଞ୍ଚଳରେ ବେଆଇନ ଭାବରେ ଅନେକ ବାଲିଘାଟ ଚାଲିଛି । ହେଲେ ପ୍ରଶାସନିକ ଅଧିକାରୀ ମାନେ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ବାଲି ମାଫିଆମାନେ ତହସିଲଦାରଙ୍କ ଛାଡ଼ୁ ନାହାନ୍ତି । ସାଧାରଣ ଜନତା କେତେ ସୁରକ୍ଷିତ ଥିବା ନେଇ ଏଠାରେ ପ୍ରଶ୍ନ ଉଠିବାରେ ଲାଗିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.