ETV Bharat / state

ରାସ୍ତାରେ ପଡିଥିବା ଅଜଣା ମୃତଦେହର ଅନ୍ତିମ ସତ୍କାର କଲା ଶହୀଦ ଭାଗତସିଂ ଯୁବକ ସଙ୍ଘ

author img

By

Published : Oct 19, 2020, 6:12 PM IST

ଶହୀଦ ଭାଗତସିଂ ଯୁବକ ସଙ୍ଘର ମହାନତା । 4 ଘଣ୍ଟା ଧରି ରାସ୍ତାରେ ପଡିଥିବା ମୃତଦେହର କଲେ ଅନ୍ତିମ ସତ୍କାର । ଅଧିକ ପଢନ୍ତୁ...

ରାସ୍ତାରେ ପଡିଥିବା ଅଜଣା ମୃତଦେହର ଅନ୍ତିମ ସତ୍କାର କଲା ଶହୀଦ ଭାଗତସିଂ ଯୁବକ ସଙ୍ଘ
ରାସ୍ତାରେ ପଡିଥିବା ଅଜଣା ମୃତଦେହର ଅନ୍ତିମ ସତ୍କାର କଲା ଶହୀଦ ଭାଗତସିଂ ଯୁବକ ସଙ୍ଘ

ଯାଜପୁର: ମନ୍ଦିର ସମ୍ମୁଖରେ 4 ଘଣ୍ଟା ଧରି ଏକ ଅଜଣା ବୃଦ୍ଧଙ୍କ ମୃତଦେହ ପଡିଥିଲେ ବି ସହରବାସୀଙ୍କ ଠାରୁ ଆରମ୍ଭ କରି ପୌର ପ୍ରଶାସନର ଅଧିକାରୀମାନେ କେହି ବି ଆଡ ଆଖିରେ ଅନାଇ ନଥିଲେ । ଯାଜପୁର ଜିଲ୍ଲା ବାୟସନଗର ପୌରପରିଷଦ ସ୍ଥିତ ସାଇ ବାବା ମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଛି ଏପରି ଏକ ଦୁଃଖଦ ଘଟଣା ।

ଶେଷରେ କୌଣସି ଏକ ସୂତ୍ରରୁ ଖବର ପାଇଁ ସତ୍କାର ପାଇଁ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ଶହୀଦ ଭାଗତସିଂ ଯୁବକ ସଙ୍ଘର ସଭାପତି ରାଜେନ୍ଦ୍ର ବିଶ୍ବଳଙ୍କ ସମେତ ସଙ୍ଘର ସମସ୍ତ କର୍ମକର୍ତ୍ତା। ସଙ୍ଘର 4 ଜଣ ସଦସ୍ୟ ପିପିଇ କିଟ ପିନ୍ଧି ଆଗରେ କାନ୍ଧ ଦେଇ ଅଜଣା ବୃଦ୍ଧଙ୍କର ଅନ୍ତିମ ସଂସ୍କାର କରିଥିଲେ । ସେପଟେ ଶହୀଦ ଭାଗତ ସିଂ ଯୁବକ ସଙ୍ଘର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ଖାଲି ଏହି ଜଣେ ନୁହେଁ ସହରରେ ଥିବା ଏପରି ଅନେକ ଅବହେଳିତ, ନିଷ୍ପେଷିତ, ରାସ୍ତାରେ କଡରେ ମୃତ୍ୟୁ ହୋଇ ପଡିଥିବା ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କରିଥାଏ ଭାଗତ ସିଂ ଯୁବକ ସଙ୍ଘ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.