ETV Bharat / state

ଉପକୂଳରେ ଉପାନ୍ତ ଦୁଃଖ: ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣଯନ୍ତା

author img

By

Published : Jul 30, 2022, 1:04 PM IST

Updated : Jul 30, 2022, 1:44 PM IST

ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣଯନ୍ତା । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ତାଉନ୍ତରା ଠାରୁ ଇଞ୍ଜନପୁର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଅଧିକ ପଢ଼ନ୍ତୁ

road problem in jajpur
ଉପକୂଳରେ ଉପାନ୍ତ ଦୁଃଖ: ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣଯନ୍ତା

ଯାଜପୁର: ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣଯନ୍ତା । ବର୍ଷ ବର୍ଷ ଧରି ଖାଲଖମାରେ ଭର୍ତ୍ତି ଏହି ରାସ୍ତା । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ତାଉନ୍ତରା ଠାରୁ ଇଞ୍ଜନପୁର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ରାସ୍ତାରେ ଦୈନିକ ହଜାର ହଜାର ଲୋକ ଯାତାୟାତ କରନ୍ତି । ଦୁଇଟି ପଞ୍ଚାୟତବାସୀଙ୍କ ସଂଯୋଗ ପଥ କୁହାଯାଉଥିବା ଏହି ରାସ୍ତାରେ ଉପୁଜିଥିବା ସମସ୍ୟାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।

ରାସ୍ତା ପାଇଁ ହିନସ୍ତା

ଶାସନ୍ଦା ଓ ଗୁହାଳି ପଞ୍ଚାୟତର ଲୋକେ ନିତ୍ୟ କାର୍ଯ୍ୟଠାରୁ ଆରମ୍ଭ କରି ସ୍କୁଲ, କଲେଜ ଯାତାୟତ ପାଇଁ ଏହି ରାସ୍ତା ଉପରେ ନିର୍ଭଳଶୀଳ। 4କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ ୨୦୧୪ ମସିହାରେ ଏହି ରାସ୍ତା ନିର୍ମାଣ ହୋଇଥିଲା । ହେଲେ ମରାମତି ଅଭାବରୁ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇ ରହିଛି । ଖାଲଢିପ ରାସ୍ତା ଯୋଗୁଁ ଠିକ ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ପହଞ୍ଚିପାରେନି । ଏପରିକି ଯାତାୟାତ ସମୟରେ ଦୈନିକ ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ନିଜ ଜୀବନକୁ ବାଜି ଲଗାଇ ଲୋକେ ଏହି ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ରାସ୍ତା ମରାମତି ନେଇ ବାରମ୍ବାର ପ୍ରଶାସନ ପାଖରେ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ କହିଛନ୍ତି । ଏହାକୁ ନେଇ ଜନସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ରାଜ୍ୟ ସରକାର ରାସ୍ତା ଘାଟର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଥିବା ବେଳେ ବାସ୍ତବରେ କେତେ ଖର୍ଚ୍ଚ ହେଉଛି ତାହା ଏହି ରାସ୍ତା ପ୍ରମାଣିତ କରୁଛି । ତେବେ ଯଥାଶୀଘ୍ର ଏ ରାସ୍ତା ମରାମତି କରା ନଗଲେ ଆଗାମୀ ଦିନରେ ଏହା ଜନ ଆନ୍ଦୋଳନର ରୂପନେବ ବୋଲି ସାଧାରଣ ଲୋକେ ଚେତାବନୀ ଦେଇଛନ୍ତି । ସେପଟେ ରାସ୍ତା ମରାମତି ପାଇଁ ଟେଣ୍ଡର ଡକାଯାଇଛି ଏବଂ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଗ୍ରାମାଞ୍ଚଳର ବିକାଶ ପାଇଁ ଗମନାଗମନର ଆବଶ୍ୟକତା ରହିଥିଲେ ହେଁ ଏହି ରାସ୍ତା ପ୍ରତି ପ୍ରଶାସନର କେବେ ନଜର ପଡିବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଯାଜପୁର

Last Updated : Jul 30, 2022, 1:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.