ETV Bharat / state

13 ଦିନରେ ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘର ଧାରଣା, ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସମର୍ଥନ - ଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘର ଧାରଣା

ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ 13ଦିନ ଧରି ଜାରି ରହିଛି ଧାରଣା ଓ ଅନଶନ । ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ।

ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘର ଧାରଣା

author img

By

Published : Jan 25, 2021, 11:35 AM IST

ଯାଜପୁର: ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ 13 ଦିନ ଧରି ଜାରି ରହିଛି ଧାରଣା ଓ ଅନଶନ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରସ୍ତାବିତ ସ୍ବତନ୍ତ୍ର ଭତ୍ତା ପ୍ରଦାନ ଦାବିରେ ନିଗମର ଯାଜପୁର ରୋଡ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଗତ 11ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରିରହିଛି ରିଲେ ଅନଶନ ଓ ଧାରଣା । ଆଜି ଏହି ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ।

ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘର ଧାରଣା

ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଏହି ଦାବି ଯଥାର୍ଥ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ । ନିଗମ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ସେମାନଙ୍କର ଦାବି ପୂରଣ କରନ୍ତୁ ବୋଲି ଦାବି ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ। ସେ ଏ ଦିଗରେ ସରକାର ଏବଂ ଓଡିଶା ଖଣିନିଗମର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ ଦୀର୍ଘ 28ବର୍ଷ ଧରି କାର୍ଯ୍ୟ କରିଥିବା କର୍ମଚାରୀମାନେ ଅବସର ଭତ୍ତା ନପାଇ ଜିଲ୍ଲା କୋର୍ଟରୁ ଆରମ୍ଭ କରି ହାଇକୋର୍ଟ ଯାଏଁ ଆବେଦନ କରି ଏହି ମାମଲା ଦାୟର କରିଥିଲେ । 2019 ମସିହା ଜାନୁଆରୀ ମାସରେ ଅବସର କାଳୀନ ସ୍ବତନ୍ତ୍ର ଭତ୍ତା ପ୍ରଦାନ ପାଇଁ ନିଗମ ବୋର୍ଡରେ ଅନୁମୋଦନ ମିଳିଥିଲା । ଏହାର ସରକାରୀ ସୁପାରିଶ ପାଇଁ ଫେବୃଆରୀ ମାସରେ ସରକାରଙ୍କ ଇସ୍ପାତ ଖଣି ବିଭାଗକୁ ଏହା ପଠାଯାଇଥିଲା । ମାତ୍ର ଏହାକୁ ଦୁଇବର୍ଷ ବିତିବାକୁ ବସିଥିଲେ ହେଁ ଏଯାଏ ଅବସରକାଳୀନ ସ୍ବତନ୍ତ୍ର ଭତ୍ତା ମିଳିପାରିଲା ନାହିଁ ।

ଏହା ପ୍ରତିବାଦରେ ସଂଘ ପକ୍ଷରୁ ନିଗମ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନ ଜାରି ରହିଛି । ଦାବି ପୂରଣ ନହେବା ଯାଏ ଏହି ଅନଶନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.