ଯାଜପୁର: ମାଛ ଧରିବାକୁ କଣ୍ଟା ପକାଇଥିବା ବେଳେ ବନିଶ କଣ୍ଟାରେ ଲାଗିଲେ ଶ୍ରୀକୃଷ୍ଣ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଶ୍ରୀବନ୍ତପୁର ଅଞ୍ଚଳରେ। ଖରସ୍ରୋତା ନଦୀରୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ଉଦ୍ଧାର। ଏହି ପ୍ରତିମୂର୍ତ୍ତିର ଉଚ୍ଚତା ପାଖାପାଖି ଦେଢ଼ ଫୁଟ ହେବା ନେଇ ସୂଚନା ।
ସୂଚନାଅନୁସାରେ, ଶ୍ରୀବନ୍ତପୁର ଅଞ୍ଚଳର ଜଣେ ବ୍ୟକ୍ତି ଖରସ୍ରୋତା ନଦୀରେ କଣ୍ଟା ପକାଇ ମାଛ ଧରୁଥିବା ସମୟରେ କଣ୍ଟାରେ ଏକ ଓଜନିଆ ଜିନିଷ ଲାଗିଥିଲା। ତେବେ ବଡ଼ ମାଛ କଣ୍ଟାରେ ଲାଗିଥିବା ଅନୁମାନ କରି ସେ ପାଣିରେ ବୁଡି ଦେଖିବାରୁ ଏହା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ବୋଲି ଜଣାପଡିଥିଲା।
ଏହାପରେ ପାଣିରୁ ମୂର୍ତ୍ତିକୁ ଉଦ୍ଧାର ଉଦ୍ଧାର କରାଯାଇଥିଲା। ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ଏତେ ସୁନ୍ଦର ପ୍ରତିମୂର୍ତ୍ତି ନଦୀ ଗର୍ଭକୁ କିପରି ଆସିଲା, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ