ETV Bharat / state

ମା’କୁ ଖୁଣ୍ଟରେ ବାନ୍ଧି ଗିରଫ ହେଲେ ପୁଅବୋହୂ, ଆଜି କୋର୍ଟଚାଲାଣ - Korei Police station

ହଜିଗଲା ମାନବିକତା । ସମ୍ପତି ଲୋଭରେ ମା’କୁ ଖୁଣ୍ଟରେ ବାନ୍ଧି ଗିରଫ ହେଲେ ସମ୍ପର୍କୀୟ ପୁଅ, ବୋହୁ । ଅଧିକ ପଢନ୍ତୁ...

ସମ୍ପତି ପାଇଁ ମା'କୁ ଖୁଣ୍ଟରେ ବାନ୍ଧିଲେ ସମ୍ପର୍କୀୟ

author img

By

Published : Jul 18, 2021, 9:07 PM IST

ଯାଜପୁର: କୋରେଇ ଥାନା ହଳଦିଗଡ଼ିଆ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସମ୍ପତି ପାଇଁ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ଘର ଭାଙ୍ଗିବା ଘଟଣା । ଏନେଇ ୩ ଜଣ ସଂପର୍କୀୟ କୋର୍ଟଚାଲାଣ କରାଯାଇଥିବା ନେଇ କୋରେଇ ଥାନାଧିକାରୀ ରଞ୍ଜିତ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସୂଚନାନୁଯାୟୀ ଗତକାଲି ସାବିତ୍ରୀ ମହାରଣାଙ୍କୁ ସମ୍ପର୍କୀୟ ପୁଅ, ବୋହୁ ସମ୍ପତ୍ତି ପାଇଁ ଏକ ଖୁଣ୍ଟରେ ବାନ୍ଧି ତାଙ୍କ ଘରକୁ ଭାଙ୍ଗି ଦେଇଥିଲେ ।

ସମ୍ପତି ପାଇଁ ମା'କୁ ଖୁଣ୍ଟରେ ବାନ୍ଧିଲେ ସମ୍ପର୍କୀୟ

ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଆଜି (ରବିବାର) ତାଙ୍କର ସମ୍ପର୍କୀୟ ବୋହୁ ପଦ୍ମିନୀ ମହାରଣା, ପୁଅ କୈଳାସ ମହାରଣା ଓ ରାମଚନ୍ଦ୍ର ମହାରଣାଙ୍କୁ କେସ ନମ୍ବର 342, 323, 354, 379, 506 ଓ ୩୪ ଆଇପିସିରେ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।

ତେବେ ଅନ୍ୟ ବ୍ୟକ୍ତି ମାନେ ଫେରାର ଥିବା ଯୋଗୁଁ ଗିରଫ ହୋଇପାରି ନଥିବା ନେଇ ପୋଲିସ ସୂଚନା ଦେଇଛି । ତଦନ୍ତ ପରେ ଏଥିରେ ଯେଉଁ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବ ଗିରଫ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.