ଯାଜପୁର: ମଦ ଉଚ୍ଛେଦ ଦାବି ତେଜିଲା । ରାଜ୍ୟରୁ ସଂପୂର୍ଣ୍ଣ ମଦ ଉଚ୍ଛେଦ ସହିତ ବିଭିନ୍ନ ଦାବିରେ ଯାଜପୁର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ରାଜ୍ୟରେ ମଦ କାରବାର ବୃଦ୍ଧି ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି ଏବଂ ସରକାର ମଦ ପାଇଁ ଲାଇସେନ୍ସ ପ୍ରଦାନ ଯୋଗୁଁ ମଦ୍ୟପଙ୍କ ସଂଖ୍ୟା ବଢିଚାଲିଛି । ଦିନକୁ ଦିନ ଅଶ୍ଲୀଳତା ଓ ଅପସଂସ୍କୃତିର ପ୍ରଚାର ପ୍ରସାର ବ୍ୟାପକ ପରିମାଣରେ ବୃଦ୍ଧି ପାଇଛି । ରାଜ୍ୟରେ ନାରୀ ନିର୍ଯ୍ୟାତନା ନିର୍ଯ୍ୟାତନା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରତିବାଦ କରି ସଂଗଠନ ପକ୍ଷରୁ ଶୋଭଯାତ୍ରା ମାଧ୍ୟମରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତରୀ ପଦବୀ ପୂରଣ କରିବାକୁ ମଧ୍ୟ ଦାବି କରାଯାଇଥିଲା । ଆଗାମୀ ଦିନରେ ଏହି ଦାବି ଗୁଡିକ ପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟି ନଦେଲେ ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବା ବୋଲି ଚେତାବନୀ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ