ଯାଜପୁର: ବିଜେପିର ସାମ୍ବାଦିକ ସମ୍ମିଳନୀ । ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ ସଫଳ 8 ବର୍ଷ ପୂର୍ତ୍ତି ନେଇ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ସଭାପତି ଗୌତମ ରାୟଙ୍କ ସହ ବଡ଼ଚଣା ବିଜେପି ନେତା ଅମର ନାୟକ ଓ ଧର୍ମଶାଳା ବିଜେପି ନେତା ସର୍ବେଶ୍ବର ବେହୁରା ପ୍ରମୁଖ ଉପସ୍ଥିତ ରହିଥିଲେ ।
କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ସୂଚନା ଦେଇ ଦେଶର ଗରିବ ହିତାଧିକାରୀଙ୍କୁ ରାସନ ଠାରୁ ଆରମ୍ଭ କରି ଉଜ୍ବଳା ଗ୍ୟାସ, ପ୍ରଧାନମନ୍ତ୍ରୀ ଆବାସ ଭଳି ଅନେକ ଯୋଜନା ଜିଲ୍ଲାବାସୀଙ୍କୁ ପ୍ରଧାନମନ୍ତ୍ରୀ ଭେଟି ଦେଇଛନ୍ତି ବୋଲି ଗୌତମ ରାୟ କହିଥିଲେ । ଯାଜପୁର ଜିଲ୍ଲା ପାଇଁ ମେଡ଼ିକାଲ କଲେଜ ଭଳି ମେଗା ପ୍ରକଳ୍ପ ମୋଦି ସରକାରଙ୍କ ସମୟରେ ସମ୍ଭବ ହୋଇପାରିଛି ବୋଲି ସେ ସୂଚନା ଦେଇଥିଲେ ।
ଇଟିଭି ଭାରତ, ଯାଜପୁର