ETV Bharat / state

ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ନେଇ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ବୈଠକ - ଆସୁଛି ବାତ୍ୟା ଆମ୍ଫାନ

ଆସୁଛି ବାତ୍ୟା ଅମ୍ଫାନ । ଏହାର ମୁକାବିଲା ନେଇ ଉପକୂଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟା ଆମ୍ଫାନର ମୁକାବିଲା ନେଇ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ବୈଠକ

author img

By

Published : May 17, 2020, 3:09 PM IST

ଯାଜପୁର: ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୁବଶୀଘ୍ର ଏହା ଉପକୂଳ ଓଡିଶା ଉପରେ ପ୍ରଭାବ ବିସ୍ତାର କରିବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ଏହି ବୈଠକର ଆୟୋଜନ କରାଯାଇଥିଲା ।

ସମ୍ଭାବ୍ୟ ବାତ୍ୟା ଆମ୍ଫାନର ମୁକାବିଲା ନେଇ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ବୈଠକ

ବିଶେଷ କରି ତଳିଆ ଅଞ୍ଚଳର ଲୋକମାନଙ୍କ ଉପରେ ଦୃଷ୍ଟି ରଖିବାକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସମସ୍ତ ବିଡିଓ ଏବଂ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ଭିଡିଓ କନଫେରେନ୍ସିଂ ଜରିଆରେ ଜିଲ୍ଲାପାଳ, ବିଡିଓ, ତହସିଲଦାର ଏବଂ ଅନ୍ୟ ସମସ୍ତ ଜରୁରୀକାଳୀନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହି ବୈଠକରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.