ETV Bharat / state

ସୁକିନ୍ଦା ପୋଲିସର ଦବଙ୍ଗଗିରି: ଭୁଲ ଠିକଣାରେ ଦୁର୍ବ୍ୟବହାର କରି ହଟହଟା

author img

By

Published : Sep 23, 2019, 8:18 PM IST

Updated : Sep 24, 2019, 10:02 AM IST

ଜଣଙ୍କୁ ଗିରଫ କରିବାକୁ ଯାଇ ଭୂଲ ଲୋକ ଘରେ ପଶିଲା ପୋଲିସ । ଖାଲି ସେତିକି ନୁହେଁ ଜଣେ ନାବାଳିକାଙ୍କୁ ମାଡ ମାରିବା ସହ ଘରର ସଦସ୍ଯଙ୍କ ସହ ଦୁର୍ବ୍ୟବହାର କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ :ସମ୍ବାଦଦାତା, ଯାଜପୁର

ଯାଜପୁର: ସୁକିନ୍ଦା ପୋଲିସର ଗୁଣ୍ଡାଗିରି । ଜଣଙ୍କୁ ଗିରଫ କରିବାକୁ ଯାଇ ଭୁଲ ଲୋକ ଘରେ ପଶିଲା ପୋଲିସ । ଖାଲି ସେତିକି ନୁହେଁ ବିନା କାରଣରେ ଜଣେ ନାବାଳିକା ମଧ୍ୟ ପୋଲିସ ମାଡର ଶିକାର ହୋଇଛନ୍ତି । ଘଟଣାକୁ ନେଇ ପୀଡିତା ଯାଜପୁର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ, ସୁକିନ୍ଦା ଥାନା ଅଞ୍ଚଳର ଜିତେନ୍ଦ୍ର ଦାସଙ୍କ ପୁଅ ଜ୍ଞାନରଞ୍ଜନ ଦାସଙ୍କ ନାମରେ ଗିରଫ ପରୱାନା ଜାରି ହୋଇଥିଲା । ତେବେ ପୋଲିସ ସେହି ବ୍ୟକ୍ତିଙ୍କୁ ଗିରଫ କରିବା ପରିବର୍ତ୍ତେ ସୁକିନ୍ଦାଗଡର ଅନ୍ୟ ଜଣେ ବ୍ୟକ୍ତି ଦିନରଞ୍ଜନ ଦାଶଙ୍କ ପୁଅ ଜ୍ଞାନରଞ୍ଜନ ଦାଶଙ୍କ ଘରକୁ ପଶିଯାଇଥିଲା । ଜ୍ଞାନରଞ୍ଜନଙ୍କ ଘର ବାରଣ୍ଡାରେ ଖେଳୁଥିବା ତାଙ୍କ 12 ବର୍ଷର ଝିଅକୁ ବାପା ନାଁ ପଚାରିବା ପରେ ଶକ୍ତ ଧକ୍କା ଦେଇ ଘର ଭିତରକୁ ପଶିଯାଇଥିଲା ପୋଲିସ ।

ତେବେ ଘରେ ତଳେ ପାଟି ହେଉଥିବା ଶୁଣି ଛାତରେ ଫୋନରେ କଥା ହେଉଥିବା ଜ୍ଞାନରଞ୍ଜନ ତଳକୁ ଓହ୍ଲାଇ ଆସିଥିଲେ । ପୋଲିସ ତାଙ୍କୁ ଅନେକ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲା । ଉକ୍ତ ଘଟଣାରେ ଥାନାଧିକାରୀଙ୍କ ସମେତ ପୋଲିସର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ । ପରେ ଜ୍ଞାନରଞ୍ଜନ ଆଧାର କାର୍ଡ ଦେଖାଇ ନିଜର ପରିଚୟ ଦେବା ପରେ ପୋଲିସ ନିଜ ଭୂଲ ବୁଝିପାରି ସେ ସ୍ଥାନ ଛାଡି ପଳାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ପୋଲିସ ଧକ୍କାରେ ନାବାଳିକା ଜଣଙ୍କ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ କଟକ ନିଆଯାଇଥିଲା । ଘଟଣାକୁ ନେଇ ଜ୍ଞାନରଞ୍ଜନଙ୍କ ସ୍ତ୍ରୀ ସୁଶ୍ରୀ ସଙ୍ଗୀତା ଦାଶ ସୁକିନ୍ଦା ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କ ନାଁରେ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ନିକଟରେ ଅଭିଯୋଗ କରିଥିଲେ । ପୋଲିସର ଏଭଳି ଉନ୍ମତ୍ତକାଣ୍ଡକୁ ସାଧାରଣରେ ନିନ୍ଦା କରାଯାଇଛି । ସେପଟେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କଳିଙ୍ଗନଗର ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug--police_attack_on_minor
format--avb
reporter—Gyanaranjan ojha
place--jajpur
date--23.09.19
Anchor---ଯାଜପୁର ସୁକିନ୍ଦା ପୋଲିସର ଦାଦାଗିରି । ଜଣକୁ ଗିରଫ୍ କରିବାକୁ ଯାଇ ଅନ୍ୟ ଜଣକ ଘରେ ପଶିଲା ପୋଲିସ୍ । ବିନା କାରଣରେ ପୋଲିସ ମାଡର ଶୀକାର ହେଲେ ଜଣେ ନାବାଳିକା । ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରିବାକୁ ଯାଇ ଜଣେ 12ବର୍ଷର ଝିଅକୁ ଶକ୍ତ ଧକ୍କା ଦେଇଥିଲା । ଯେଉଁଥିରେ ନାବାଳିକା ଗୁରୁତର ହୋଇପଡିଥିଲେ । ନାବାଳିକାଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଥିଲା । ଏ ସମ୍ପର୍କରେ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ନିକଟରେ ଅଭିଯୋଗ କରିଛନ୍ତି ପିଡିତାଙ୍କ ମା ସୁଶ୍ରୀସଙ୍ଗିତା ଦାଶ । ଅଭିଯୁକ୍ତ ହେଲେ ଖୋଦ୍ ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀ । ଅଭିଯୋଗ ମୁତାବକ ଜଣକୁ ଗିରଫ୍ କରିବାକୁ ଯାଇ ଅନ୍ୟ ଜଣକ ଘରେ ପଶି ପୋଲିସ୍ କରିଛି ଏଭଳି ଉନ୍ମତ୍ତକାଣ୍ଡ । ପୋଲିସ୍ ତାଙ୍କ ବେଡରୁମରେ ପଶି ମହିଳାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲା । ଘର ବାରଣ୍ଡାରେ ତାଙ୍କ ଝିଅକୁ ମଧ୍ୟ ଠେଲି ପକାଇଥିଲା । ଯେଉଁଥିରେ ଝିଅ ଗୁରୁତର ଭାବେ ଆହତ ହୋଇଥିବା ସୁଶ୍ରୀସଙ୍ଗୀତା ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ସୁକିନ୍ଦା ଥାନା ଅଞ୍ଚଳର ଜିତେନ୍ଦ୍ର ଦାସଙ୍କ ପୁଅ ଜ୍ଞାନରଞ୍ଜନ ଦାସଙ୍କ ନାମରେ ଗିରଫ୍ ପରୱାନା ଜାରି ହୋଇଥିଲା । ତେବେ ପୋଲିସ୍ ସେହି ବ୍ୟକ୍ତିଙ୍କୁ ଗିରଫ୍ କରିବା ପରିବର୍ତ୍ତେ ସୁକିନ୍ଦା ଗଡର ଅନ୍ୟ ଜଣେ ବ୍ୟକ୍ତି ଦିନରଞ୍ଜନ ଦାସଙ୍କ ପୁଅ ଜ୍ଞାନରଞ୍ଜନ ଦାଶଙ୍କ ଘରକୁ ପଶିଯାଇଥିଲା । ସେତେବେଳେ ଜ୍ଞାନରଞ୍ଜନ ଘରର ଛାତ ଉପରେ ମୋବାଇଲରେ କଥା ହେଉଥିଲେ । ସେ ପୋଲିସର ପାଟିଶୁଣି ଛାତରୁ ଓହ୍ଲାଇ ଆସିଥିଲେ । ପୋଲିସ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଟଣାଘୋଷରା କରିଥିଲା । ସେଥିରେ ଥାନା ଅଧିକାରୀଙ୍କ ସହ ଅନ୍ୟ କେତେକ ପୋଲିସ କର୍ମଚାରୀ ସାମିଲ ଥିଲେ । ତେବେ ଜ୍ଞାନରଞ୍ଜନ ନିଜର ଆଧାର କାର୍ଡ ଦେଖାଇ ନିଜର ପରିଚୟ ଦେବା ପରେ ପୋଲିସ୍ ନିଜର ଭୁଲ ବୁଝିପାରି ସ୍ଥାନ ଛାଡିଦେଇଥିଲା । ସୁକିନ୍ଦା ଥାନା ଅଧିକାରୀ ଶ୍ରୀ ସେଠୀଙ୍କ ନାମରେ ଏଭଳି ଅଭିଯୋଗ ହେବା ପରେ ଯାଜପୁର ଏସପି ଚରଣ ସିଂ ମୀନା ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳିଙ୍ଗନଗର ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
bite-01--ସୁଶ୍ରୀସଙ୍ଗୀତା ଦାଶ, ଅଭିଯୋଗକାରୀ ମହିଳା(ପିଡିତା ନାବାଳିକାର ମା)
bite-02--ଚିନ୍ମୟ ସ୍ବରୂପ ପଣ୍ଡା, ସ୍ଥାନୀୟ ବାସିନ୍ଦା
bite-03--ଚରଣ ସିଂ ମୀନା, ଏସପି, ଯାଜପୁର
Body:NewsConclusion:
Last Updated : Sep 24, 2019, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.