ETV Bharat / state

ମିଳୁନି ପିଇବା ପାଣି, ପାଇକାଳି-ବଗପାଟିଆର ଶୋଷ ମେଣ୍ଟାଉଛି ଚୁଆପାଣି - ଦାନଗଦୀ ବ୍ଲକ

ପିଇବା ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଓସ୍ତପାଳ ପଞ୍ଚାୟତ ପାଇକାଳି-ବଗପାଟିଆ ଗ୍ରାମବାସୀ। ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା। ଅଧିକ ପଢ଼ନ୍ତୁ...

ମିଳୁନି ପିଇବା ପାଣି, ହନ୍ତସନ୍ତ ହେଉଛନ୍ତି ପାଇକାଳି-ବଗପାଟିଆ ଗ୍ରାମବାସୀ

author img

By

Published : Dec 1, 2020, 8:29 PM IST

ଯାଜପୁର: ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଅନେକ ଯୋଜନା ହେଉଛି। ତେବେ ଏହି ଯୋଜନାର ସଫଳ ରୂପାୟନ ହେଉଥିବା ଦେଖାଯାଉନାହିଁ। ପିଇବା ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଓସ୍ତପାଳ ପଞ୍ଚାୟତ ପାଇକାଳି-ବଗପାଟିଆ ଗ୍ରାମବାସୀ। ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା। ପ୍ରତିଦିନ ପିଇବା ପାଣି ପାଇଁ ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ନିକଟରେ ଲାଗୁଛି ଲମ୍ବା ଲାଇନ। ପାଣି ପାଇଁ ପ୍ରତିଦିନ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହେଉଛି।

ମିଳୁନି ପିଇବା ପାଣି, ହନ୍ତସନ୍ତ ହେଉଛନ୍ତି ପାଇକାଳି-ବଗପାଟିଆ ଗ୍ରାମବାସୀ

ଗାଁରେ ଗୋଟିଏ ଟ୍ୟୁବୱେଲ ରହିଛି। ହେଲେ ଏହି ଟ୍ୟୁବୱେଲ ପାଣି ପିଇବା ଯୋଗ୍ୟ ନୁହେ। ଟ୍ୟୁବୱେଲରୁ ବାହାରୁଛି ନିପଟ ନାଲିପାଣି। ଗାଁରେ ଲୋକଙ୍କ ସୁବିଧା ପାଇଁ ସରକାରୀ ଯୋଜନାରେ ଗୋଟିଏ ସୋଲାର ଚାଳିତ ପାଣି ପମ୍ପ ବସିଥିଲା । ମାତ୍ର ଅଳ୍ପ କିଛିଦିନ ଚାଲିବା ପରେ ତାହା ବାତ୍ୟାରେ ଭାଙ୍ଗି ଅଚଳ ହୋଇଗଲା। ଏହାପରେ ଏହି ସୋଲାର ପମ୍ପକୁ ମରାମତି କରିବାକୁ ସରକାରୀ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କିଛି ସୁଫଳ ମିଳିନି।

ଖାଲି ସେତିକି ନୁହେଁ, ପିଇବା ପାଣି ପାଇଁ ଲୋକେ ଗାଁ ମୁଣ୍ଡରେ ଥିବା ଏକ ପାଣି ଚୁଆ ଉପରେ ନିର୍ଭର କରୁଛନ୍ତି। ଏଥିପାଇଁ ପାଇକାଳି-ବଗପାଟିଆ ଗ୍ରାମବାସୀ ମାଇଲ ମାଇଲ ବାଟ ଚାଲିବାକୁ ପଡ଼ୁଛି। ଅପରିଷ୍କାର ପାଣି ଯୋଗୁଁ ଗାଁ ଲୋକ ବିଭିନ୍ନ ସମୟରେ ରୋଗ ବ୍ୟାଧିରେ ପଡ଼ୁଥିବା ଅଭିଯୋଗ ହୋଇଛି। ପିଇବା ପାଣି ସଙ୍କଟ ଦୂର କରିବାକୁ ଗାଁର ଉପର ମୁଣ୍ଡରେ ଗୋଟିଏ ବଡ଼ ପାଣି ଟାଙ୍କି ନିର୍ମାଣ ହୋଇଛି। ହେଲେ ଏଥିରେ ପାଇପ ସଂଯୋଗ କରାଯାଉନଥିବା ଅଭିଯୋଗ ହୋଇଛି।

ପାଇକାଳି-ବଗପାଟିଆରେ 5ଶହରୁ ଉର୍ଦ୍ଧ୍ବ ଲୋକେ ବାସ କରୁଥିବା ବେଳେ କେବଳ ଗୋଟିଏ ମାତ୍ର ନଳକୂପ ଉପରେ ଭରଷା କରିବାକୁ ପଡ଼ୁଛି। ଗାଁରେ ଥିବା ପାଣି ସମସ୍ୟା ଦୂର କରିବାକୁ ନୂତନ ପାଣି ପ୍ରକଳ୍ପରୁ ପାଇପ୍ ଲାଇନ୍ ସଂଯୋଗ କରିବାକୁ ସରକାରୀ ବାବୁମାନେ ଏବେ ପ୍ରତିଶୃତି ଦେଉଛନ୍ତି। ଏହାକୁ ନାପସନ୍ଦ କରିଛନ୍ତି ପାଇକାଳି-ବଗପାଟିଆବାସି। ଗାଁରେ ଥିବା ସୋଲାର ପମ୍ପକୁ ମରାମତି କରିବା ସହ ପାଣି ଟାଙ୍କିକୁ ପାଇପ ସଂଯୋଗ କରିବାକୁ ଦାବି କରିଛନ୍ତି ଗାଁ ଲୋକେ।

ପାଇକାଳି-ବଗପାଟିଆ ଗାଁ ଲୋକଙ୍କ ଏହି ଜଳକଷ୍ଟ ବାବଦରେ ଦାନଗଦୀ ବ୍ଲକ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଆମ ପ୍ରତିନିଧି। ତେବେ ପାନୀୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା ପରେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଦାନଗଦୀ ବ୍ଲକ ବିଡିଓ। କେବେ ପାଇକାଳି-ବଗପାଟିଆ ଗାଁର ଲୋକଙ୍କ ପିଇବା ପାଣି ସମସ୍ୟା ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.