ETV Bharat / state

ଦଶହରାରେ ବଳଦ ପ୍ରତିଯୋଗିତା - ଯାଜପୁର ଜିଲ୍ଲା ଶଙ୍ଖଚିଲ ହାଟ

ଯାଜପୁର ଜିଲ୍ଲା ଶଙ୍ଖଚିଲ ହାଟ ପଡିଆରେ ସୁନ୍ଦର ବଳଦ ପ୍ରତିଯୋଗିତା । ପ୍ରତିବର୍ଷ ମାଆ ଦୁର୍ଗାଙ୍କ ଦଶମୀଦିନ ଶଙ୍ଖଚିଲ ଗାଁରେ ଏହି ବଳଦ ପ୍ରତିଯୋଗିତା କରାଯାଇଥାଏ । ଅଧିକ ପଢ଼ନ୍ତୁ

ଦଶହରାରେ ବଳଦ ପ୍ରତିଯୋଗିତା
ଦଶହରାରେ ବଳଦ ପ୍ରତିଯୋଗିତା
author img

By

Published : Oct 5, 2022, 11:01 PM IST

ଯାଜପୁର : ଯାଜପୁର ଜିଲ୍ଲା ଶଙ୍ଖଚିଲ ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି ସୁନ୍ଦର ବଳଦ ପ୍ରତିଯୋଗିତା । ମାଆ ଦୁର୍ଗା କମିଟି ପକ୍ଷରୁ ଏହି ପ୍ରତିଯୋଗିତା ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ମାଆ ଦୁର୍ଗାଙ୍କ ଦଶମୀ ଦିନରେ ଶଙ୍ଖଚିଲ ଗାଁରେ ଏହି ବଳଦ ପ୍ରତିଯୋଗିତା କରାଯାଇଥାଏ । ତେବେ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେବ ଏହି ପ୍ରତିଯୋଗିତା ବନ୍ଦ ଥିଲା ।

ଦଶହରାରେ ବଳଦ ପ୍ରତିଯୋଗିତା

ଚଳିତ ବର୍ଷ କରୋନା କଟକଣା କୋହଳ ହେବାରୁ ଏହି ପ୍ରତିଯୋଗିତା କରାଯାଇଛି । ପ୍ରତିଯୋଗିତାରେ ଆଖପାଖର 12ଟି ବଳଦ ଭାଗ ନେଇଥିଲେ l ଏହି ପରମ୍ପରା ଗତ ୫୫ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ବିଭିନ୍ନ ଗାଁ ଗାଁ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସ୍ଥାନୀୟ ଦୂର୍ଗାପୂଜା କମିଟି ଆୟୋଜନ କରିଆସୁଛି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହାକୁ ଦେଖିବାକୁ ଜିଲ୍ଳା ତଥା ଜିଲ୍ଳା ବାହାରୁ ଦର୍ଶକଙ୍କ ଭିଡ ଜମିଥିଲା ।

ଏହି ବଳଦ ପ୍ରତିଯୋଗିତା ପାଇଁ ଆଖପାଖ ଅଞ୍ଚଳରୁ ବଳଦ ଗୁଡିକୁ ସୁସଜ୍ଜିତ କରି ଅଣିଥାନ୍ତି ତାଙ୍କ ମାଲିକମାନେ । ପରେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ପ୍ରଥମେ ବିଭିନ୍ନ ସ୍ଥାନରୁ ଆସିଥିବା ସୁସଜ୍ଜିତ ବଳଦ ଗୁଡିକର ପଞ୍ଜିକରଣ କରାଯାଇଥାଏ ।

ପରେ ବଳଦର ସାଜସଜ୍ମା, ଚାଳକର ବେଶଭୂଷାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଥାଏ । ବିଚାରକଙ୍କ ସାମ୍ନାରେ ବଳଦଙ୍କୁ ୭ଥର ପ୍ରଦର୍ଶିତ କରାଯାଇଥାଏ । ମୋଟ ୧୦୦ ମାର୍କ ମଧ୍ୟରୁ ସର୍ବାଧିକ ନମ୍ବର ରଖିଥିବା ବଳଦକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥାଏ । ପ୍ରତିଯୋଗିତା ସରିବା ପରେ ବଳଦ ଗୁଡିକୁ ନେଇ ଗାଁ ପରିକ୍ରମା କରାଯାଇଥାଏ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.