ଯାଜପୁର: ଜିଲ୍ଲା ଥାନା ବୈଇଦରାଜପୁର ନିକଟରେ ଅଘଟଣ । କେନାଲ ବନ୍ଧ କାର୍ଯ୍ୟରେ ନିୟୋଜିତ ଥିବା ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ମିନି ଜେସିବିକୁ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ମୃତକ ଜଣକ ଗାୟତ୍ରୀ ସାହୁ(28) ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗାୟତ୍ରୀ ନିଜ ଦୁଇ ମାସର ଶିଶୁକୁ ନେଇ ବାପାଙ୍କ ସହ ମେଡିକାଲ ଯାଉଥିବାବେଳେ ତାଙ୍କୁ ଧକ୍କା ଦେଇଥିଲା ଟ୍ରାକ୍ଟର । ଫଳରେ ତାଙ୍କୁ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ କେନାଲ କାର୍ଯ୍ୟରେ ନିୟୋଜିତ ଲୋକେ ମିନି ଜେସିବିକୁ ଜାଳି ଦେଇଛନ୍ତି ।
ସେପଟେ, ଘଟଣା ବିଷୟରେ ପୋଲିସ ଖବର ପାଇଁ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ଆୟତ୍ତ କରିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ