ETV Bharat / state

ଯୌତୁକ ପାଇଁ ଝିଅକୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ - ଯାଜପୁର

ଯାଜପୁର  ମଙ୍ଗଳପୁର ଥାନା କଣ୍ଟପଡ଼ା ଗାଁ ରେ ବଧୁହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ କଣ୍ଟପଡ଼ା ଗ୍ରାମର ପ୍ରଶାନ୍ତ ମହନ୍ତଙ୍କ ପତ୍ନି କବିତା ନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Mar 27, 2019, 7:21 PM IST

ଯାଜପୁର: ପୁଣି ସାମ୍ନାକୁ ଆସିଲା ବଧୂହତ୍ୟା ଘଟଣା । ଯାଜପୁର ମଙ୍ଗଳପୁର ଥାନା କଣ୍ଟପଡ଼ା ଗାଁରେ ବଧୁହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ କଣ୍ଟପଡ଼ା ଗ୍ରାମର ପ୍ରଶାନ୍ତ ମହନ୍ତଙ୍କ ପତ୍ନି କବିତା ନାୟକ । ତାଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ମୁତାବକ, କବିତାଙ୍କ ବିବାହ ପରଠାରୁ ଦୀର୍ଘ ୯ ବର୍ଷ ହେବ ଶାଶୁ ଘର ଲୋକେ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇ ଆସୁଥିଲେ ।ଏପରିକି ବାପଘରୁ ଟଙ୍କା ଆଣିବାକୁ ଶାଶୁଘର ଲୋକେ ବାରମ୍ବାର ଦାବି କରୁଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ହେଉଥିବା ନିର୍ଯ୍ୟାତନାରେ ଅତିଷ୍ଠ ହୋଇ କବିତା ତାଙ୍କୁ ସେଠାରୁ ନେଇଯିବାକୁ ବାପାଙ୍କୁ କହୁଥିଲେ । ତେବେ ବୁଧବାର ସକାଳୁ କବିତାର ମୃତ୍ୟୁ ଖବର ପାଇ ପରିବାର ଲୋକେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ଯୌତୁକ ପାଇଁ କବିତାକୁ ହତ୍ୟା କରାଯାଇଥିବା ନେଇ ମଙ୍ଗଳପୁର ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି କବିତାଙ୍କପରିବାର ଲୋକେ ।

ତେବେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

FGSDF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.