ETV Bharat / state

ଫାଟିଲା ଚକ ଓଲଟିଲା ଟ୍ରାକ୍ଟର, 1 ମୃତ 4 ଆହତ - 4 injured,

ଓଲଟିଲା ଟ୍ରାକ୍ଟର ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ 4ଜଣ ଆହତ ହୋଇଛନ୍ତି । ଯାଜପୁର ସଦର ଥାନା ଅଧିନସ୍ଥ ମିର୍ଜାପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Feb 27, 2019, 7:20 PM IST

ଯାଜପୁର: ସଦର ଥାନା ଅଧିନସ୍ଥ ମିର୍ଜାପୁର ଠାରେ ଓଲଟିଲା ଟ୍ରାକ୍ଟର । ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ 4ଜଣ ଆହତ ହୋଇଛନ୍ତି । ମୃତକ ହେଲେ ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ମଙ୍ଗୁଳି ସାମଲ । ଟ୍ରାକ୍ଟରଟି ଗୁରୁଦାସପୁରରୁ କାଠ ନେଇ ବାଲିଆପାଳ ଯାଉଥିବା ବେଳେ ଘଟିଛି ଏହି ଅଘଟଣ ।

ସୂଚନା ଅନୁଯାୟୀ, ଟ୍ରାକ୍ଟରଟି ଯାଉଥିବା ବେଳେ ହଠାତ୍ ଟ୍ରାକ୍ଟରଟିର ଆଗ ଚକ ଫାଟି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟରରେ ଥିବା 5 ଜଣଙ୍କ ମଧ୍ୟରୁ ଜଣେ ଚାପି ହୋଇ ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ସ୍ଥାନୀୟଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଅନ୍ୟ 4 ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

ମଦ ହଟିଲେ ଭୋଟ ମିଳିବ:  ପଦ୍ମଚରଣ ନାୟକ

କେନ୍ଦ୍ରାପଡ଼ା: ପଞ୍ଚମ ଦିନରେ ପହଞ୍ଚିଛି ମଦ ମୁକ୍ତି ଆନ୍ଦୋଳନ । ଫେବୃୟାରୀ ୨୩ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର  ଆଜି ପଞ୍ଚମ ଦିନ । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ(ମୋନା)ପକ୍ଷରୁ ମଦ ବିରୋଧୀ ପଦଯାତ୍ରା ଆରମ୍ଭ ହୋଇ ଆଜି କେନ୍ଦ୍ରାପଡ଼ା ତିନିମୁହାଣୀଠାରେ ପହଞ୍ଚିଥିଲା । ତେବେ ତିନିମୁହାଣୀଠାରେ ଅଭିଯାତ୍ରୀଦଳକୁ ସ୍ବାଗତ କରାଯାଇଛି । 

ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକଙ୍କ ନେତୃତ୍ବରେ ଶହଶହ ପୁରୁଷ, ମହିଳା, ଛାତ୍ରଛାତ୍ରୀ ଓ ବୟୋବୃଦ୍ଧ ବ୍ୟକ୍ତିବିଶେଷ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ ।  ତେବେ ଆଜି  ତିନିମୁହାଣୀ ଠାରୁ ଏହି ଶୋଭାଯାତ୍ରା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହାପରେ ଏକ ବିରାଟ ସାଧାରଣ ସଭା ଆୟୋଜନ କରାଯାଇଥିଲା ।

ଏହି ସଭାରେ ଶ୍ରୀ ନାୟକ କହିଥିଲେ ଯେଉଁ ସରକାର ରାଜ୍ୟରୁ ମଦ ହଟାଇବେ, ଭୋଟ ସେହି ସରକାରଙ୍କ ପକ୍ଷରେ ଯିବ । ତେବେ ଗତ ୨୦୧୩ ମସିହାରୁ ମୋନା ବାରମ୍ବାର ମଦ ବନ୍ଦ ପାଇଁ ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସମ୍ପାଦିକା ଅପର୍ଣ୍ଣା ନାୟକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.