ଯାଜପୁର: ଜମିବାଡି ଲାଗି ବଡ ଭାଇ ନେଇଥିଲା ସାନ ଭାଇର ଜୀବନ । ଏଭଳି ଜଣେ ଭାତୃହନ୍ତାକୁ ଆଜୀବନ ଦଣ୍ଡାଦେଶ ଦେଲେ ଅତିରିକ୍ତ ଦୌରାଜଜ । ଗତ ୨୦୧୬ ମାର୍ଚ୍ଚ ୧୫ରେ ବରୀ ଥାନା ଅନ୍ତର୍ଗତ ଶାଳପଡା ଗାଁର ପ୍ରଫୁଲ ସାହୁଙ୍କୁ ତାଙ୍କ ବଡ ଭାଇ ସୁବାଷ ସାହୁ ଭୁଜାଲିରେ ହାଣି ହତ୍ୟା କରିଥିଲେ ।
ଜମି ଜମା ବିବାଦକୁ ନେଇ ହୋଇଥିଲା ଏହି ହତ୍ୟାକାଣ୍ଡ । ଆଜି(ବୁଧବାର)୧୭ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅତିରିକ୍ତ ଦୌରାଜଜ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି । ଏହାସହ ମୃତକଙ୍କ ପତ୍ନୀଙ୍କୁ ଜୋରିମାନା ଆକାରରେ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଅନାଦେୟ ହେଲେ ଆଉ ଏକ ବର୍ଷ ସଶ୍ରମ ଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଥିବା ସରକାରି ଓକିଲ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ