ETV Bharat / state

ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ - ଦୁଷ୍କର୍ମ

ଯାଜପୁର ବରୀ ଥାନା ଅନ୍ତର୍ଗତ ଅଲିଆବାଦ ଗାଁରେ ଲଜ୍ୟା । 8 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ।

ଫାଇଲ ଫଟୋ
author img

By

Published : Aug 16, 2019, 7:20 PM IST

ଯାଜପୁର: ଚକୋଲେଟ ଆଳ ଦେଖାଇ 8 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଯାଜପୁର ବରୀ ଥାନା ଅନ୍ତର୍ଗତ ଅଲିଆବାଦ ଗାଁରେ ଘଟିଛି ଏହି ଘଟଣା । ଆଉ ଏଭଳି ଅମାନୁଷିକ କାମ କରିଛନ୍ତି ସ୍ଥାନୀୟ ଅଞ୍ଚଳର 50 ବର୍ଷୀୟ ଦାମୋଦର ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଯାଜପୁର

ନାବାଳିକା ଓ ତାଙ୍କ ଭାଇଙ୍କୁ ଚକୋଲେଟ ଯାଚିଥିଲେ ଅଭିଯୁକ୍ତ । ହେଲେ ପୀଡିତାଙ୍କ ଭାଇ ପ୍ରଥମେ ମନା କରିଥିଲେ । କିନ୍ତୁ ପୁଣିଥରେ ଅଭିଯୁକ୍ତ ସେମାନଙ୍କୁ ପାଖକୁ ଡାକିବାରୁ ଉଭୟ ଭାଇ ଭଉଣୀ ଯାଇଥିଲେ । ଆଉ ଭାଇକୁ ଠେଲି ନାବାଳିକାଙ୍କୁ ଘର ଭିତରକୁ ଭିଡି ନେଇ ଦୁଷ୍କର୍ମ କରିଥିଲା କାମୁକ ଦାମୋଦର ।

ଅନେକ ସମୟ ପର୍ଯ୍ୟନ୍ତ ଝିଅ ଘରକୁ ନଫେରିବାରୁ ମା’ ଚାରିଆଡେ ଖୋଜାଖୋଜି କରିଥିଲେ । ଚାରିଆଡେ ଖୋଜିବା ପରେ ଅଭିଯୁକ୍ତର ଘରୁ ଅଚେତ ଅବସ୍ଥାରେ ଝିଅକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର । ବର୍ତ୍ତମାନ ପୀଡ଼ିତାର ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ପୀଡିତାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୋଲିସ ଥାନାକୁ ଆଣି ପଚରାଉଚରା କରିବାସହ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Intro:Date_16/08/19
Place_jajpur
Slug_

ନାବାଳିକା କୁ ଦୁସ୍କର୍ମ କଲା 50 ବର୍ଷର ବୁଢା।ଏଭଳି ଏକ ଲେମହର୍ଷଣକାରୀ ଘଟଣା ଘଟିଛି ବରୀ ଥାନା ଅନ୍ତର୍ଗତ ଅଲୀଆବାଦ ଗ୍ରାମରେ l ୮ ବର୍ଷର ନାବାଳିକାକୁ ଧର୍ଷଣକରିଛି ୫୦ରୁ ଉର୍ଦ୍ଧବର୍ଷର ବୁଢ଼ା । ଏ ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ପୀଡିତାର ପରିବାର ଲୋକେ। ଅଭିଯୋଗ ଅନୁଯାୟୀ ଗତକାଲି ସଂଧ୍ୟା ସମୟରେ ବାବୁଲି କୁମାର ଦାସଙ୍କର ୯ ବର୍ଷରକନ୍ୟାକୁ ଚକଲେଟ୍ ଦେବା ଆଳଦେଖାଇ ତାର ନିଜ ଘରକୁ ଡାକି ଦୁଷ୍କର୍ମ କରିଥିଲା ଦାମଦର ଦାସ.. ପୀଡ଼ିତାର ମା ଝିଅକୁ ଚାରିଆଡେ ଖୋଜା ଖୋଜି କରି ଆସାମୀର ଘରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।ତେବେ ପୀଡ଼ିତା ର ଅବସ୍ଥା ଗୁରୁତ୍ତର ଥିବା ଜଣାଯାଇଛି । ପୀଡିତାର ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୋଲିସ ଥାନାକୁ ଆଣି ପଚରାଉଚରା କରିବା ସହିତ ଅଧିକ ତଦନ୍ତ କରୁଛି ।
Bite_ ଥାନା ଅଧିକାରୀ ବରୀBody:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.