ପୁରୀ/ ଯାଜପୁର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ପୁରୀରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ। 100 ସିଟ କଲେଜ 650 ଶଯ୍ୟା ବିଶିଷ୍ଟ ମେଡିକାଲର ପ୍ରତିଷ୍ଠା ହେବ । ଏଥିପାଇଁ ଏଲ ଆଣ୍ଡ ଟିକୁ ଟେଣ୍ଡର ଦିଆଯାଇଛି।
![ପୁରୀରେ ହେବ 650 ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ](https://etvbharatimages.akamaized.net/etvbharat/prod-images/od-bbs-6-cabinetmeeting-avo-7205239_14122020174104_1412f_1607947864_24.png)
ଏଥିପାଇଁ ପ୍ରାୟ 224 କୋଟି 55 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। 36 ମାସ ମଧ୍ୟରେ ସରିବ କାର୍ଯ୍ୟ। ଏହା ଦ୍ବାରା ଡାକ୍ତର ସମସ୍ୟା କିଛି ଦୂର ହୋଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି ।
![ଯାଜପୁରରେ ହେବ ମେଡିକାଲ କଲେଜ](https://etvbharatimages.akamaized.net/etvbharat/prod-images/9876652_medi.jpg)
ସେହିପରି ଯାଜପୁର ଚର୍ଣ୍ଣକି ମେଡିକାଲ କଲେଜ ନିର୍ମାଣ ନେଇ କ୍ୟାବିନେଟ ମଞ୍ଜୁରୀ ଦେଇଛି । 100 ସିଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ, ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ 426 କୋଟି 51 ଲକ୍ଷ ଟଙ୍କା ।
ଓଡିଶା ସରକାର ସ୍ବାସ୍ଥ୍ୟ ଅନୁଷ୍ଠାନ ତଥା ଡାକ୍ତରଖାନା ମାନଙ୍କରେ ଯୋଗ୍ୟ ଡାକ୍ତରଙ୍କ ଆବଶ୍ୟକତା ପୂରଣ ପାଇଁ ଭେଷଜ ଶିକ୍ଷାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ